ନୃସିଂହନାଥ ମନ୍ଦିରକୁ ରାଜ୍ୟପାଳଙ୍କୁ ଆମନ୍ତ୍ରଣ କଲେ ବରଗଡ଼ ସାଂସଦ ।।
ବରଗଡ,୨୦।୧୧(ଭବାନୀ ଶଙ୍କର ପାଢ଼ୀ) ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନ ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ । ମହାମହିମଙ୍କୁ ନିମନ୍ତ୍ରଣ କଲେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ। ଏହାସହ ବରଗଡ଼ର ବିକାଶ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ବରଗଡ଼ ସାଂସଦ । ବରଗଡ଼ ଲୋକସଭା କ୍ଷେତ୍ରର ସାମଗ୍ରିକ ବିକାଶକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି।
ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନ ପାଇଁ ନିମନ୍ତ୍ରଣ ଦିଆ ଯାଇଛି। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଧାର୍ମିକ ପୀଠ ଶ୍ରୀ ନୃସିଂହନାଥ ମନ୍ଦିର। ବରଗଡ଼ ଜିଲ୍ଲାର ପାଇକମାଳ ଅଞ୍ଚଳରେ ଅବସ୍ଥିତ ଏହି ପବିତ୍ର ପୀଠର ରହିଛି ସ୍ୱତନ୍ତ୍ର ଧାର୍ମିକ ଓ ସାଂସ୍କୃତିକ ପରିଚୟ। ଏହି ଐତିହ୍ୟସମ୍ପନ୍ନ ମନ୍ଦିର ପରିଦର୍ଶନ ପାଇଁ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିଛନ୍ତି ବରଗଡ଼ ସାଂସଦ । ନୃସିଂହନାଥ ପୀଠର ଆଧ୍ୟାତ୍ମିକ ମହତ୍ତ୍ୱ ଏବଂ ପର୍ଯ୍ୟଟନ ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଗସ୍ତ ଗୁରୁତ୍ୱ ବହନ କରିପାରେ। ଅନ୍ୟପଟେ ବରଗଡ଼ ଲୋକସଭା କ୍ଷେତ୍ରର ବିକାଶକୁ ନେଇ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସ ଭବନରେ ସାକ୍ଷାତ ଆଲୋଚନା ହୋଇଛି। ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ସାମଗ୍ରିକ ବିକାଶ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ପ୍ରଦୀପ ପୁରୋହିତ ।
ବରଗଡ଼ ଲୋକସଭା କ୍ଷେତ୍ରର ବିକାଶ ପାଇଁ ଅନେକ ସମ୍ଭାବନା ରହିଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରର ଉନ୍ନତି ଏହି ଅଞ୍ଚଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ପରେ ଅଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କିଭଳି ଆଗକୁ ବଢ଼ିବ ବୋଲି ଆଶା ରହିଛି । ଗୋଟିଏ ପଟେ ନୃସିଂହନାଥ ମନ୍ଦିର ପରିଦର୍ଶନ ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ, ଅନ୍ୟପଟେ ବରଗଡ଼ର ଉନ୍ନୟନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା। ଏହି ଦୁଇଟି ପ୍ରସଙ୍ଗ ଏବେ ଚର୍ଚ୍ଚାରେ। ଆଗାମୀ ଦିନରେ ରାଜ୍ୟପାଳଙ୍କ ନୃସିଂହନାଥ ଗସ୍ତ ନେଇ କୌଣସି କାର୍ଯ୍ୟସୂଚୀ ଘୋଷଣା ହୋଇପାରେ ବୋଲି ସାଂସଦ ଆଶା ରଖିଛନ୍ତି ।
