ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଦ୍ଵିତୀୟ ପର୍ଯ୍ୟାୟ ଘର ହିଁ ବିଦ୍ୟାଳୟ ଅନୁଷ୍ଠିତ ହୋଇଯାଇଛି। ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା, ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ଘର ହିଁ ବିଦ୍ୟାଳୟ” ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ପ୍ରଧାନ ଆଚାର୍ଯ୍ୟ ମକୁନ୍ଦ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ଶ୍ରମତୀ ଚୁମକି ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ। ଶିଶୁ ବାଟିକା ପ୍ରମୁଖ ସୁଶ୍ରୀ କୁନ୍ତୀ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶିଶୁ ମାନଙ୍କର ମୁଣ୍ଡରେ ଥାଲିଆ ଧରି ଚାଲିବା, ଟୋପି ପିନ୍ଧା ଦୌଡ ଓ ମାଆ ମାନଙ୍କର ବାଲତି ଭିତରକୁ ବଲ ଫିଙ୍ଗିବା କ୍ରିୟାକଳାପ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁଶ୍ରମତୀ ରେଣୁକା ପାତ୍ର ପରିଚାଳନା କରିଥିବାବେଳେ ସୁଶ୍ରୀ ଗୁପ୍ତେଶ୍ବରୀ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁଗୁରୁମା, ଗୁରୁଜୀ ସହଯୋଗ କରିଥିଲେ।
Related Posts
ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ।
ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ।ଆର,ଉଦୟଗିରି(ମନୋଜ ପାଢୀ) ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା…
କାଶୀପୁର ପ୍ରଥମ ଶ୍ରେଣୀ ଅଦାଲତ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।
କାଶୀପୁର ପ୍ରଥମ ଶ୍ରେଣୀ ଅଦାଲତ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । – ଯୋଗ ଦିବସ ଅବସରରେ ଆଜି ତା ୨୧/୬ ରିଖ କୁ ଅନ୍ତର୍ଜାତୀୟ…
ବେତାଗୁଡ଼ା ସ୍ଥିତ ପ୍ରସିଦ୍ଧ ବନଦୁର୍ଗା ମନ୍ଦିରରୁ ସୁନା ଅଳଙ୍କାର ଚୋରି, ସିସିଟିଭି ଫୁଟେଜ ଦ୍ୱାରା ଚୋରକୁ ଧରିଲେ ଅଞ୍ଚଳବାସୀ ।
ବେତାଗୁଡ଼ା ସ୍ଥିତ ପ୍ରସିଦ୍ଧ ବନଦୁର୍ଗା ମନ୍ଦିରରୁ ସୁନା ଅଳଙ୍କାର ଚୋରି, ସିସିଟିଭି ଫୁଟେଜ ଦ୍ୱାରା ଚୋରକୁ ଧରିଲେ ଅଞ୍ଚଳବାସୀ । ଗଜପତି:୨୫/୬( ମନୋଜ ପାଢୀ ) ଗଜପତି…
