ଭେଡେନ ବ୍ଲକ ସ୍ତରୀୟ ବେଡ ମିଣ୍ଟନ, ଚେସ ଓ ଯୋଗ ଚୟନ ଅନୁଷ୍ଠିତ ହୋଇଯାଇଛି।
ବରଗଡ ୧୧,୯(ଭବାନୀ ଶଙ୍କର ପାଢ଼ୀ ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ପକ୍ଷରୁ ବ୍ଲକସ୍ତରୀୟ ବ୍ୟାଡମିଣ୍ଟନ, ଚେସ୍ ଓ ଯୋଗ ଚୟନ କାର୍ଯ୍ୟକ୍ରମ ଶୁକ୍ରବାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସାଲନା ପରିସରରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌର ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଓ ଯୋଗ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ସ୍ଥାନୀୟ ସରପଞ୍ଚ ତୋଷବନ୍ତ ସାହୁ, ପଞ୍ଚସଖା ଶିକ୍ଷା ସେତୁ ଅଧ୍ୟକ୍ଷ ସନାତନ ମିଶ୍ର, ଏସଏମସି ଅଧ୍ୟକ୍ଷ ମନରଞ୍ଜନ ମେହେର, ମହମ୍ମଦ ଜାଭେଦ, ବେଣୁଧର କଠାର, ବ୍ଲକ କ୍ରୀଡ଼ା ସମ୍ପାଦକ ବିଜୁଲିବତି ଦଳେଇ, ଅଞ୍ଜନ କୁମାର ଦାସ, ସିଆରସିସି ଅମିତ କୁମାର ତ୍ରିପାଠୀ, ରାଜେନ୍ଦ୍ର ସାହୁ ଓ ଶ୍ୟାମସୁନ୍ଦର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମରେ ବ୍ୟାଡମିଣ୍ଟନ, ଚେସ୍ ଓ ଯୋଗ ବିଭାଗରେ ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଚୟନ କରାଯାଇଥିଲା। ଚୟନ ପ୍ରକ୍ରିୟାରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରି ନିଜ କ୍ରୀଡ଼ା ଓ ଯୋଗ ପ୍ରତିଭା ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ସୁଚାରୁ ସମ୍ପାଦନ ପାଇଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସାଲନାର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଏସଏସସି କମିଟି ସଦସ୍ୟମାନେ ,ମା ବିଜୟଲକ୍ଷ୍ମୀ ଏସଏସଜି ,ସାଲନା ର ସଦସ୍ୟମାନେ ତଥା ଡାଲବ ହାଇ ସ୍କୁଲ ର ପିଇଟି ଦେବାନନ୍ଦ ଭୂଏ ଓ ବ୍ଲକ ର ସମସ୍ତ ଖେଳ ଶିକ୍ଷକ ସହଯୋଗ କରିଥିଲେ। ଜଗନ୍ନାଥ ଦାସ ସଭା ପରିଚାଳନା କରିଥିବା ବେଳେ ଶେଷରେ ଶ୍ରବଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
