ସେଞ୍ଚୁରିଅନ ପବ୍ଲିକ ସ୍କୁଲ, ପିତାମହଲ, ରାୟଗଡ*ନିଟ୍ (NEET) ପରୀକ୍ଷାରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଦୁଇ କୃତୀ ଛାତ୍ରଛାତ୍ରୀଙ୍କ ବିରାଟ ସଫଳତା*
ରାୟଗଡ:(info media): ଗତ କାଲି ଜାତୀୟ ସ୍ତରୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍’ ପରୀକ୍ଷା ଫଳ ପ୍ରକାଶ ପାଇଛି. ପରୀକ୍ଷାରେ ସ୍କୁଲର ଦୁଇ ଜଣ ମେଧାବୀ ଛାତ୍ରଛାତ୍ରୀ ଝରଣା ସାହୁ ଏବଂ ଦିବ୍ୟାଂଶୁ ମଲ୍ଲିକ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି। କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଏହି ବିରାଟ ଆଚିଭମେଣ୍ଟ ପାଇ ସେମାନେ ବିଦ୍ୟାଳୟ ତଥା ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି।ଏହି ଗୌରବମୟ ମୁହୂର୍ତ୍ତରେ ଖୁସି ପ୍ରକାଶ କରି ବିଦ୍ୟାଳୟର ମାନ୍ୟବର ନିର୍ଦ୍ଦେଶକ ଡ଼. ରାଜେଶ କୁମାର ପାଢ଼ୀ ଏବଂ ଅଧ୍ୟକ୍ଷ ଶ୍ରୀ ରାଧାକୃଷ୍ଣ ମହାପାତ୍ର କୃତୀ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି। ନିର୍ଦ୍ଦେଶକ ଡ଼. ପାଢ଼ୀ, ଏହାକୁ ସେଞ୍ଚୁରିଅନ ପରିବାର ପାଇଁ ଏକ ଅତ୍ୟନ୍ତ ଗର୍ବର ବିଷୟ ବୋଲି କହିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସେହିପରି ଅଧ୍ୟକ୍ଷ ଉଭୟଙ୍କର ଶୃଙ୍ଖଳା ଓ କଠିନ ପରିଶ୍ରମକୁ ଉଚ୍ଚ ପ୍ରଶଂସା କରି ଆଗକୁ ସେମାନେ ଜଣେ ଜଣେ ଆଦର୍ଶ ଡାକ୍ତର ଭାବେ ସମାଜର ସେବା କରନ୍ତୁ ବୋଲି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଏହି ବୃହତ ସଫଳତା ସେମାନଙ୍କ ପରିବାରବର୍ଗ ପାଇଁ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଥିବା ବେଳେ, ଅଞ୍ଚଳବାସୀଙ୍କ ପାଇଁ ଆଶା ଓ ଆସ୍ୱସ୍ଥିର କାରଣ ପାଲଟିଛି ସେଞ୍ଚୁରିଅନ ପବ୍ଲିକ ସ୍କୁଲରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
