କେ ଏମ୍ ଭାଲିଆ ସାହିରେ ପାଳିତ ହେଲା ସଂସ୍କୃତ ଉତ୍ସବ

କେ ଏମ୍ ଭାଲିଆ ସାହିରେ ପାଳିତ ହେଲା ସଂସ୍କୃତ ଉତ୍ସବ

କେ ଏମ୍ ଭାଲିଆ ସାହିରେ ପାଳିତ ହେଲା ସଂସ୍କୃତ ଉତ୍ସବ

ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆ ସାହିଠାରେ ଆନନ୍ଦ ଏବଂ ଉତ୍ସାହର ସହିତ ସଂସ୍କୃତ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ନେତୃତ୍ତ୍ବ କ୍ରମେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଆଶିଷ କୁମାର ରାଇକା ସଭାପତି ଭାବେ ଆସନ ଅଳଙ୍କୃତ କରିଥିଲେ। ଏହି ସଭାରେ ଟିକାମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର କୁମ୍ଭ ମୁଖ୍ୟ ଅତିଥି ଭାବେ ଆସନ ଗ୍ରହଣ କରିଥିବା ବେଳେ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଅଭୟ କୁମାର ଦାସ ମୁଖ୍ୟ ବକ୍ତାରୁପେ ସଭା ମଣ୍ଡନ କରିଥିଲେ। ଏହି ଅବସରରେ ଯୁବ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ଦୀକ୍ଷିତ ଏବଂ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଦେବ ଭାଷା ଆଦି ଭାଷା ସଂସ୍କୃତ ଭାଷା ପଠନର ଆବଶ୍ୟକତା ଏବଂ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରାଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବେଦ ମନ୍ତ୍ର ଉଚ୍ଚାରଣ, ଗୀତା ଶ୍ଲୋକ ପାଠ, ସୂର୍ଯ୍ୟ ନମସ୍କାର, ସଂସ୍କୃତ ସଙ୍ଗୀତ ଗାନ ଏବଂ ନୃତ୍ୟଆଦି ପରିବେଷଣ କରାଯାଇ ପରିବେଶକୁ ସରସ ସୁନ୍ଦର ଓ ମଧୁମୟ କରାଯାଇଥିଲା। ପରି ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା। ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ମଞ୍ଚ ପରିଚାଳନାରେ ସହଯୋଗ କରିବା ସହିତ ଶାନ୍ତି ମନ୍ତ୍ର ଉଚ୍ଚାରଣ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।