ଝରାପାଲି ମାର୍କେଟ ୟାର୍ଡ଼ ପରିସରରେ କୂତ୍ରିମ ପୋଖରୀ ଫଳରେ ଚାଷୀ, ମୂଲିଆ, ଖାଉଟି, ବେପାରୀ ନାନାପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।
ବରଗଡ ୩,୬(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅତାବିରା ଆରଏମସି ଅନ୍ତର୍ଗତ ଝରାପାଲି ମାର୍କେଟ ୟାର୍ଡ଼ ଠାରେ କାଳ ବୈଶାଖି ଝଡ, ବର୍ଷା ଯୋଗୁଁ ମାର୍କେଟ ୟାର୍ଡ଼ ପରିସରରେ କୂତ୍ରିମ ପୋଖରୀ ର ଭ୍ରମ ସୃଷ୍ଟି ହେଉଛି। ଫଳରେ ଚାଷୀ ମାନେ ଧାନ ନେବାଆଣିବା, ଖାଉଟି ଓ ବେପାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆରଏମସି କୋଟି କୋଟି ଟଙ୍କା ଘର, ପିଣ୍ଡି ତିଆରି କରିଛନ୍ତି କିନ୍ତୁ ବର୍ଷା ପାଣି ଡ୍ରେନେଜ୍ ବ୍ୟବସ୍ଥା ନାହିଁ ଫଳରେ ଆଗାମୀ ବର୍ଷା ସମୟରେ ନାନାପ୍ରକାର ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ। ଏଥିପ୍ରତି ବରଗଡ଼ ଜିଲ୍ଲାପାଳ, ଅତାବିରା ଆରଏମସି ଚେୟାରମ୍ଯାନ, ଭାଇସ ଚେୟାରମ୍ଯାନ, ସଂପାଦକ ବର୍ଷା ରୁତୁ ଆଗରୁ ମାର୍କେଟ ୟାର୍ଡ଼ ପରିସରରେ ବର୍ଷା ପାଣି ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ଚାଷୀ, ମୂଲିଆ, ଖାଉଟି, ବେପାରୀ ଓ ଜନସାଧାରଣ ଦାବୀ କରୁଛନ୍ତି।
