ଗିରି ଗୋବର୍ଦ୍ଧନ ପୂଜା ଅବସରରେ ରକ୍ତ ଦାନ ଶିବିର ୧୦୬ୟୁନିଟ ରକ୍ତ ସଂଗୃହୀତ…….
ବରଗଡ (ଭବାନୀ ଶଙ୍କର ପାଢ଼ୀ) ତା-୦୯-୧୧-୨୦୨୬ରିଖ (ସୋମ ବାର)ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମହୁଲ ପାଲି ଗ୍ରାମ ପଞ୍ଚାୟତ ର ଟିହିଁକି ପାଲି ଗ୍ରାମ ରେ ପଵିତ୍ର ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଈଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ନିଷ୍ଠା ପରିବାର ର ଉପଦେଷ୍ଠା ଶ୍ରୀ ଉମେଶ ପ୍ରଧାନ ଓ ମହୁଲ ପାଲି ସରପଞ୍ଚ ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ୫ଜଣ ମହିଳା ଦୁଇଟି ରକ୍ତ ଦାତା ଦମ୍ପତ୍ତି ବିଶ୍ୱାମିତ୍ର ପେରା, ମହିମା ପେରା ଓ ଉମେଶ ଧରୁଆ, ବୀଣା ଧରୁଆ ଙ୍କ ସମେତ ସର୍ବମୋଟ ୬୫ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା । ଠିକ୍ ସେହିପରି ଭଟଲି ବ୍ଲକ ଅନ୍ତର୍ଗତ ଡୁମାଲ ପାଲି ଗ୍ରାମ ପଞ୍ଚାୟତ ର ବାଦ ପାଲି ଗାଁ ରେ ମଧ୍ୟ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ବରେଣ୍ୟ ଅତିଥି ଭାବରେ ବରିଷ୍ଠ ବିଜେପି ନେତା ବିରୂପାକ୍ଷ ପ୍ରଧାନ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।
ଗିରି ଗୋବର୍ଦ୍ଧନ ପୂଜା କମିଟି ଓ ଗ୍ରାମବାସୀ ବେଶ୍ ଉତ୍ସାହ ର ସହିତ ରକ୍ତ ଦାନ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଡାକ୍ତର ସୁନୀଲ ଆଚାର୍ଯ୍ୟ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଉଭୟ ଶିବିର ରୁ ସର୍ବମୋଟ ୧୦୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉପରୋକ୍ତ ଶିବିର କୁ ଗିରି ଗୋବର୍ଦ୍ଧନ ପୂଜା କମିଟି, ଗ୍ରାମବାସୀ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଉଭୟ କମିଟି କୁ ଏକ ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ଓ ଆୟୋଜକ ବନ୍ଧୁ ମାନଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ହୃଦୟ ରୁ ଧନ୍ୟବାଦ।
