ବୌଦ୍ଧରେ ଗଡ଼ିଲା ‘ସୋଲାର ରଥ’, ଘରେ ଘରେ ପହଞ୍ଚିବ ସୌରଶକ୍ତିର ବାର୍ତ୍ତା
ବୌଦ୍ଧ: ସୌରଶକ୍ତିର ବ୍ୟବହାର ବୃଦ୍ଧି ଓ ‘ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା’ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ TPSODL ପକ୍ଷରୁ ବୌଦ୍ଧ ଜିଲ୍ଲାରେ ‘ସୋଲାର ରଥ’ର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।
ଏହି ରଥ ଜିଲ୍ଲାର ତିନୋଟି ବ୍ଲକ୍ର ସମସ୍ତ ପଞ୍ଚାୟତ, ବିଦ୍ୟାଳୟ ଓ ହାଟବଜାର ପରିକ୍ରମା କରି ଲୋକଙ୍କୁ ସୌରଶକ୍ତିର ଉପକାରିତା, ସରକାରୀ ସବ୍ସିଡି ଓ ଆବେଦନ ପ୍ରକ୍ରିୟା ବିଷୟରେ ସଚେତନ କରିବ। ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀ ସର୍ବାଧିକ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବାର ସୁଯୋଗ ରହିଛି।
