କାର୍ ଧକ୍କାରେ ବୃଦ୍ଧ ବ୍ୟକ୍ତିଙ୍କ ଦେହାନ୍ତ।
ଦିଗପହଣ୍ଡି ଥାନା ଅନ୍ତର୍ଗତ ସହର ଉପକଣ୍ଠ ଏକ ଗୁହାଳ ଘର ନିକଟରେ କିଶୋର ଗୌଡ଼ ନାମକ ଜଣେ ବୃଦ୍ଧ ସାଇକେଲରେ ଯାଉଥିବା ବେଳେ ଏକ କାର୍ ପଛପଟୁ ଧକ୍କା ଦେଇଥିଲା। ଯାହା ଫଳରେ ସେ ରାସ୍ତାରେ କଚାଡି ହୋଇ ପଡ଼ିଯାଇଥିଲେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏହି ଭଳି ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଦୁର୍ଘଟଣାଗ୍ରସ୍ତ କାର୍ ଜବତ କରିବା ସହ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
