ଶ୍ରୀ ଗଣେଶ ଙ୍କ ମୂର୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ଶ୍ରୀ ଗଣେଶ ଙ୍କ ମୂର୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ଶ୍ରୀ ଗଣେଶ ଙ୍କ ମୂର୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ରାୟଗଡ(info media): ଆଉ ଗୋଟିଏ ଦିନ ପରେ ଧରାପୃଷ୍ଠରେ ପୂଜା ପାଇବେ ଅଗ୍ରପୂଜ୍ୟ ଶ୍ରୀଗଣେଶ। ବିଘ୍ନବିନାଶକ ଗଜାନନଙ୍କ ଆବାହନ ପାଇଁ ଏବେଠୁ ଚଳଚଞ୍ଚଳ ହୋଇଉଠିଛି ରାୟଗଡ ଜ଼ିଲ୍ଲା ର ପୁର ପଲି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ । ବିଭିନ୍ନ ସାହି, ଗଳିକନ୍ଦି ଓ ପୂଜାମଣ୍ଡପରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ କାରିଗରଙ୍କ ତୁଳୀର ଶେଷ ସ୍ପର୍ଶ ରେ ମାଟିମୂର୍ତି ଗୁଡ଼ିକ ନେଉଛତି ଆକର୍ଷଣୀୟ ରୂପ।ଚଳିତ ବର୍ଷ ଗଣେଶ ମୂରମାଟିର ବ୍ୟବହାର ବଢ଼ିଥିବା ଦେଖଯାଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତି ଅପେକ୍ଷା ପରିବେଶ ଅନୁକୂଳ ମାଟିମୂର୍ତି ପ୍ରତି ପୂଜା କମିଟି ଓ ଲୋକଙ୍କ ଆଗ୍ରହ ବଢ଼ିଥିବା କାରିଗରମାନେ କହିଛନ୍ତି । ବିଶେଷକରି ଯୁବପିଢ଼ି ମାଟିମୂର୍ତ୍ତି କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ରାୟଗଡାl ସହରର ବିଭିନ୍ନ ସ୍ଥାନରେ ସ୍ଥାନୀୟ କାରିଗରମାନେ ଦିନରାତି ଏକ କରି ମୂର୍ତି ନିର୍ମାଣ କରୁଛନ୍ତି । ଏଥିସହ କଲିକତାରୁ ଆସିଥିବା ବଙ୍ଗୀୟ କାରିଗରମାନେ ମଧ୍ୟ ମାଟିମୂର୍ତି ତିଆରିରେ ବ୍ୟସ୍ତ ଅଛନ୍ତି । ମାଟିରେ ମୂର୍ତ୍ତିକୁ ଆକାର ଦେବାଠାରୁ ଆରମ୍ଭ କରି ରଙ୍ଗ ଓ ଅଳଙ୍କାର ଦେବା ପର୍ଯ୍ୟନ୍ତ ସବୁ କାମ ଶେଷ ପର୍ଯ୍ୟାୟରେ ପହଞ୍ଚୁଛି । ସ୍ଥାନୀୟ ଜାତୀୟ ରାଜପଥ 326 କଡ଼ ର ହାଉସିଂ ବୋର୍ଡ଼ ଓଁ ଅମ୍ଲାଭାଟା ଗାଁ ନିକଟରେ କାରିଗରମାନେ ମୂର୍ତ୍ତି ତିଆରି କରି ବିକ୍ରି କରୁଥିବା ବେଳେ ଏହା ମାଧ୍ୟମରେ ଭଲ ରୋଜଗାର ମଧ୍ଯ କରୁଛନ୍ତି। ମୂର୍ତି ନିର୍ମାଣ ପ୍ରାୟ ଶେଷହୋଇଥିବାରୁ ଏବେ ରଙ୍ଗ ଦେବା କାମ ଜୋରସୋରରେ ଚାଲିଛି। କେଉଁଠି ଗଣେଶଙ୍କ ମୁହଁରେ ରଙ୍ଗ ଦିଆଯାଉଛି ତ ଆଉ କେଉଁଠି ମୁକୁଟ, ଅଳଙ୍କାର ଓ ବସ୍ତ୍ରରେ ରଙ୍ଗ ଭରାଯାଉଛି। ଶେଷ ସ୍ପର୍ଶ ପରେ ମୂର୍ତି ଗୁଡ଼ିକ ଆକର୍ଷଣୀୟ ହେଉଥିବାରୁ ସେଗୁଡ଼ିକୁ ଦେଖ‌ିବା ପାଇଁମଧ୍ୟ ଲୋକଙ୍କ ଭିଡ଼ ଜମୁଛି । ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ମଣ୍ଡପ ନିର୍ମାଣ ସହ ସାଜସଜ୍ଜା କାମ ଶେଷ ପର୍ଯ୍ୟାୟରେ ପହଞ୍ଚୁଛି। ଗାନ୍ଧିନଗର, ଇନ୍ଦିରା ନଗର, କଲେଜ ରୋଡ ହାଉସିଂ ବୋର୍ଡ଼,ଆଦି ଅଞ୍ଚଳରେ ପୂଜା କମିଟି ଗୁଡ଼ିକ ପକ୍ଷରୁ ଆକର୍ଷଣୀୟ ତୋରଣ, ଆଲୋକସଜ୍ଜା ଓ ମଣ୍ଡପ ନିର୍ମାଣ କରାଯାଉଛି । ଗଣେଶ ପୂଜାକୁ ନେଇ ଛୋଟ ପିଲାଙ୍କଠାରୁ ଯୁବପିଢ଼ି ଓ ବୟସ୍କଙ୍କ ମଧ୍ୟରେ ରତ୍ସାହ ବଢ଼ିଛି। ବିଭିନ୍ନ ପୂଜାମଣ୍ଡ ପରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି । ପୂଜାକୁ ଆଉ ମାତ୍ର ଦିନଟିଏ ବାକି ଥିବାରୁ ସମଗ୍ର ରାୟଗଡ ସହର ଏବେ ଉତ୍ସବମୁଖର ହୋଇଉଠିଛି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ