ପାରଳାଖେମୁଣ୍ଡି ଆରୋଗ୍ୟ ସାହିର ଶ୍ରୀ ଶ୍ରୀ ନିଲାମ୍ମା ଠାକୁରାଣୀଙ୍କ ଉତ୍ସବ ଯାକଜାକମରେ ଆରମ୍ଭ ।
ଗଜପତି, 24/5(ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ଆରୋଗ୍ୟ ସାହି ଠାରେ ମା ଶ୍ରୀ ଶ୍ରୀ ନିଲାମ୍ମା ଠାକୁରାଣୀଙ୍କ ଉତ୍ସବ ।ଆଜିଠାରୁ ଅତ୍ୟନ୍ତ ଯାକଜାକମରେ ଭକ୍ତିପୂତ ଭାବେ ଆରମ୍ଭ ହୋଇଛି. ଆଜିଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ 3 ଦିନ ଧରି ଏଠାରେ ଚାଲୁ ରହିବ ବୋଲି ସୂଚନା ମିଳିଛି. ଆଜି ମା ନିଲାମ୍ମା ଠାକୁରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ମାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଆରୋଗ୍ୟ ସାହିର ପୂଜା ମଣ୍ଡପକୁ ଅଣାଯାଇଛି. ମାଙ୍କ ଏହି ଉତ୍ସବକୁ 3 ଦିନ ଧରି ପାଳନ କରାଯିବା ପାଇଁ ଉତ୍ସବ ପାଳନ କମିଟି ତରଫରୁ ବ୍ୟାପକ ଆୟୋଜନ କରାଯାଇଛି ।
