ଚିତ୍ରକୋଣ୍ଡାରେ ଫାଟିଲା ସ୍ଲରି ପାଇପଲାଇନ୍, ଚାରିଆଡ଼େ ଲୁହାପଥର ସ୍ଲଜ୍ମା

ଚିତ୍ରକୋଣ୍ଡାରେ ଫାଟିଲା ସ୍ଲରି ପାଇପଲାଇନ୍, ଚାରିଆଡ଼େ ଲୁହାପଥର ସ୍ଲଜ୍ମା

ଚିତ୍ରକୋଣ୍ଡାରେ ଫାଟିଲା ସ୍ଲରି ପାଇପଲାଇନ୍, ଚାରିଆଡ଼େ ଲୁହାପଥର ସ୍ଲଜ୍ମା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ସ୍ଲରି ପାଇପଲାଇନ୍ ଫାଟିଯିବା ଘଟଣାକୁ ନେଇ ଆତଙ୍କ ଦେଖାଦେଇଛି। ପାଇପ୍ ଫାଟିବା ପରେ ଏଥିରୁ ଲୁହାପଥର ସ୍ଲଜ୍ ସହ ତରଳ ପଦାର୍ଥ ବାହାରି ଆଖପାଖ ଅଞ୍ଚଳରେ ଛିଟି ପଡ଼ିଥିବା ଜଣାପଡ଼ିଛି।ଘଟଣା ସମୟରେ ନିକଟସ୍ଥ ଅଞ୍ଚଳରେ ଥିବା କିଛି ଲୋକଙ୍କ ଆଖିରେ ଜ୍ୱଳନ ଓ ଶ୍ୱାସ ନେବାରେ ଅସୁବିଧା ହୋଇଥିବା ଅଭିଯୋଗ ହୋଇଛି। ହଠାତ୍ ପାଇପଲାଇନ୍ ଫାଟି ତରଳ ପଦାର୍ଥ ବାହାରିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।ଅନ୍ୟପଟେ, ଏହି ତରଳ ପଦାର୍ଥ ନିକଟସ୍ଥ ଚାଷଜମିରେ ପଡ଼ିଥିବାରୁ ଫସଲ କ୍ଷତି ହେବା ନେଇ ଚାଷୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ମାଟି ଓ ଫସଲ ଉପରେ ଏହାର ପ୍ରଭାବ କଣ ରହିବ, ତାହା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି।ଘଟଣାରେ କୌଣସି ବଡ଼ ଅଘଟଣ ଘଟିଛି କି ନାହିଁ, ତରଳ ପଦାର୍ଥର ପ୍ରକୃତି କଣ ଏବଂ ଚାଷଜମିର କେତେ କ୍ଷତି ହୋଇଛି, ତାହାର ଯାଞ୍ଚ ଆବଶ୍ୟକ ହୋଇପଡ଼ିଛି।ସ୍ଥାନୀୟ ଲୋକେ ପାଇପଲାଇନ୍ ଫାଟିବାର କାରଣ ଯାଞ୍ଚ, ପ୍ରଭାବିତ ଅଞ୍ଚଳର ପରୀକ୍ଷା ଏବଂ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରିବାକୁ ଦାବି କରିଛନ୍ତି।