ଶକ୍ତିଶ୍ରୀ ସଶକ୍ତିକରଣ ଆନୁକୁଲ୍ୟରେ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମ୍ ଶିବିର
ବରଗଡ ୧,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ସଶକ୍ତିକରଣ ଆନୁକୁଲ୍ୟରେ ଛାତ୍ରୀ ମାନଙ୍କ ଆତ୍ମରକ୍ଷା ଶିବିର ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଲରାମ ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତି ଜାନକୀ କୁମ୍ଭାର ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ତାଲିମ ଦେବା ପାଇଁ ମାଷ୍ଟର୍ ଟ୍ରେନର ସୋନାଲି କର୍ଣ୍ଣ ଓ ମୋନାଲି କର୍ଣ୍ଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଅଧ୍ୟାପକ ପଞ୍ଚାନନ ଭୋଇ, ଅଶ୍ଵିନି କୁମାର ମାଝୀ, ଲାଇବ୍ରେରୀଆନ୍ ଅଚ୍ୟୁତାନନ୍ଦ ମେହେର, ରାଜେନ୍ଦ୍ର ପଟେଲ, ମନୋଜ କୁମାର ରଣା, ବିଶ୍ଵଜିତ କର, ବିନୋଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।
