ଏମିତି ବି ଆସେ ମୃତ୍ୟୁ: ଭୋଜିକୁ ଯାଉଥିଲେ ଦାଦା ପୁତୁରା , ରାସ୍ତାରେ ଘଟିଲା
ଗଜପତି,୧୯।୫(ମନୋଜ ପାଢ଼ୀ): ଭୋଜି ଖାଇବାକୁ ଯାଉଥିବା ବେଳେ ଦାଦା–ପୁତୁରାଙ୍କ ଦୁର୍ଘଟଣା ଘଟିଛି। ଏଥିରେ ଦାଦାଙ୍କ ମୃତ୍ୟୁ ଘଟିଥିବାବେଳେ ପୁତୁରା ଗୁରୁତର ହୋଇଛନ୍ତି। ଏଭଳି ହୃଦୟବିଦାରକ ଘଟଣା ଗଜପତି ଜିଲାରମୋହନା ଥାନା ଅନ୍ତର୍ଗତ ପଥରଗଡ଼ ନିକଟରେ ଘଟିଛି।ମୃତକଙ୍କ ହେଲେ ଚନ୍ଦ୍ରଗିରି ଢେପସାହିର ସନ୍ତୋଷ ପାଣି। ସେ ତାଙ୍କ ପୁତୁରା ପିଙ୍କୁ ପାଣିଙ୍କ ସହ ବାଇକ୍ରେ ଚନ୍ଦ୍ରଗିରିରୁ ଶିକୁଳିପଦର ଅଭିମୁଖେ ଏକ ଭୋଜିରେ ଯୋଗ ଦେବାକୁ ଯାଉଥିଲେ।ପଥରଗଡ଼ର ବୁଲାଣିଆ ରାସ୍ତାରେ ବାଇକ୍ଟି ହଠାତ୍ ଭାରସାମ୍ୟ ହରାଇ ପ୍ରାୟ ୪୦ ଫୁଟ୍ ତଳେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲା। ଫଳରେ ଦୁହେଁ ଗୁରୁତର ହୋଇଥିଲେ।ସ୍ଥାନୀୟ ଲୋକେ ତୁରନ୍ତ ଦୁହିଁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରଗିରି ମେଡିକାଲ୍ରେ ଭର୍ତ୍ତି କରିଥିଲେ। କିନ୍ତୁ ସନ୍ତୋଷ ପାଣିଙ୍କ ଅବସ୍ଥା ଗୁରୁତର ହେବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁତୁରା ପିଙ୍କୁ ପାଣିଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ମୃତଦେହକୁ ଜବତ କରିଛି। ପରେମୃତଦେହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡିକୁ ପଠାଯାଇଛି। ଘଟଣା ସମ୍ପର୍କରେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି।
