ଅଭିଜିତ ଫାଉଣ୍ଡେସନ ଆଶ୍ରା ବୃଦ୍ଧାଶ୍ରମ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଅଭିଜିତ ଫାଉଣ୍ଡେସନ ଆଶ୍ରା ବୃଦ୍ଧାଶ୍ରମ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଅଭିଜିତ ଫାଉଣ୍ଡେସନ ଆଶ୍ରା ବୃଦ୍ଧାଶ୍ରମ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସୋହେଲା ବ୍ଲକ ନଅଗାଁ ଦଶମାଇଲ ଛକ ନିକଟରେ ଥିବା “ଅଭିଜିତ ଫାଉଣ୍ଡେସନ ଦ୍ଵାରା ବୃଦ୍ଧାଶ୍ରମ “ଆଶ୍ରା” ର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭା କାର୍ଯ୍ୟ କୁ ସଂଯୋଜନା କରିଥିଲେ, କେଦାର ନାଥ ସାହୁ। ଏଥିରେ ଆଶ୍ରା ବୃଦ୍ଧାଶ୍ରମ ର ପ୍ରତିଷ୍ଠାତା, ସମାଜସେବୀ ତଥା ସାମ୍ବାଦିକ ଶ୍ରୀଯୁକ୍ତ ଅସିତ କୁମାର ସ୍ଵାଇଁ ସଭାପତିତ୍ବ କରିଥିଲେ। ସଭା ପ୍ରାରମ୍ଭରୁ ରଂଜନ କୁମାର ପଣ୍ଡା ସ୍ଵାଗତ ଭାଷଣ ଆଶ୍ରା ର ଊଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏଥିରେ ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରଫେସର ଶ୍ରୀଯୁକ୍ତ ଟେକଚାନ୍ଦ ଦୁଆନ ଯୋଗ ଦେଇଥିଲେ। ମଣିଷ ଜୀବନ ର ବିଭିନ୍ନ ସ୍ତର ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବରଗଡ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅମ୍ବୁଜାକ୍ଷ ପ୍ରଧାନ ସରକାରୀ ସ୍ତରରେ ସାହାଯ୍ୟ ସହଯୋଗ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।ବରପାଲି ଫାର୍ମାସିଷ୍ଟ କଲେଜ ପ୍ରତିଷ୍ଠାତା ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା, ଯୁବ ନେତା ଶ୍ରୀଯୁକ୍ତ ସୁବ୍ରତ ସିଂ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗିରିଜା ଶଙ୍କର ଆଚାର୍ଯ୍ୟ, ଜାତୀୟ ନିଉଜ ଚେନାଲ ନିଉଜ 18 ର ରିପୋଟର ଶ୍ରୀଯୁକ୍ତ ରଂଜନ କୁମାର ଦେବତା ଯୋଗ ଦେଇ ନିଜ ନିଜର ଅଭିଜ୍ଞତା ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ଅଭିଜିତ ଫାଉଣ୍ଡେସନ ର ସଂପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ସମୟରେ ଆଶ୍ରା ବୃଦ୍ଧାଶ୍ରମ କୁ ନିଶୁଳ୍କ ଘର ଯୋଗାଇ ଦେଇଥିବା ସାହିନ ବାନୋ ଓ ପ୍ରକୃତିମିତ୍ର ତଥା ଶିକ୍ଷକ ବୈଲୋଚନ ପ୍ରଧାନ କୁଂ ଅତିଥି ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଓ ଉପଢୌକନ ସମ୍ମାନିତ କରାଯାଇଥିଲା।” ଆଶ୍ରା ବୃଦ୍ଧାଶ୍ରମ” ବିଭିନ୍ନ କାର୍ଯ୍ୟ ରେ ସହଯୋଗ ଓ ସମର୍ଥନ ଯୋଗାଇ ଆସୁଥିବା ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କୁ, ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ସଭା ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀଗିଡା ସରପଞ୍ଚ ଶ୍ରୀଯୁକ୍ତ ଲୋକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂଧ୍ୟା ସମୟରେ ପାଣିମୋରା ସତ୍ୟସାଇ ଭଜନ ମଣ୍ଡଳୀ ଭଜନ ପରିବେଷଣ କରିଥିଲେ। ଏହି ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ବହୁ ମହିଳା, ପୁରୁଷ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ଵେଚ୍ଛାସେବୀ ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ଅଭିଜିତ ଫାଉଣ୍ଡେସନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅସିତ କୁମାର ସ୍ଵାଇଁ ଏହ ପ୍ରଥମ ବାର୍ଷିକ ଉତ୍ସବ ଉପସ୍ଥିତ ରହି ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ପ୍ରମୁଖ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।