ଗଞ୍ଜାମ ଜିଲ୍ଲା ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୂତି l।

ଗଞ୍ଜାମ ଜିଲ୍ଲା ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୂତି l।

ଗଞ୍ଜାମ ଜିଲ୍ଲା ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୂତି l।

ଆସିକା:(୯/୫/୨୬) (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ବ୍ଲକର ଢଉଗାଁ ରେ ସାତଦିନ ଧରି ଚାଲିଥିବା ତ୍ରୟମ୍ବକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଭୁବନେଶ୍ୱର ମହାଦେବ ମନ୍ଦିର ର ପୁନଃ ନିର୍ମାଣ ସହ ସଂସ୍କାର କାର୍ଯ୍ୟର ପୂର୍ଣ୍ଣାହୂତି ହୋଇଯାଇଛି । ଦୀର୍ଘ ସାତଦିନ ଧରି ବୈଦିକ ରୀତି ନୀତି ଅନୁଯାୟୀ ହୋମ ଯଜ୍ଞ,ଜ୍ଞାନ ଯଜ୍ଞ, ଗୋ ଯଜ୍ଞ, ନାମ ଯଜ୍ଞ ଓ ଅର୍ଣ ଯଜ୍ଞ ଆଦି ସୁଚାରୁ ରୁପେ ଚାଲିଥିବା ବେଳେ ଶେଷ ଦିବସରେ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଯୋଗଦେଇ ପୂର୍ଣ୍ଣାହୂତି ପ୍ରଦାନ କରିଥିଲେ। ଅନ୍ୟ ଦିନରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ପୂର୍ବତନ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ପ୍ରମୁଖ ଏହି ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଏଥିରେ କର୍ତ୍ତା ଭାବରେ ସଞ୍ଜୟ ପାତ୍ର ,ଭାରତୀ ପାତ୍ର, ପ୍ରଦୀପ ସାହୁ, ଶୁଭଶ୍ରୀ ସାହୁ, ମଙ୍ଗୁଳୁ ନାହାକ, ଟୁନି ନାହାକ, କରୁଣାକର ପରିଡ଼ା ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଇ ଥିଲେ। ଆସନ୍ତା କାଲି ମହାନ ପୌରାଣିକ ନାଟକ ବିଜୟୀ ପାଣ୍ଡବ ଓ ପରବର୍ତ୍ତୀ ଦିନ ସାମାଜିକ ନାଟକ କଟି କଟି ଡବଲ କଟି ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ