ଗଞ୍ଜାମ ଜିଲ୍ଲା ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ବହିଷ୍କାର ଦାବିରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ ଜଣାଇଲେ ପରିଚାଳନା କମିଟି !
ବୁଗୁଡ଼ା, ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିଭିନ୍ନ ଅନିୟମିତତା ଓ କଥିତ ଅନୈତିକ କାର୍ଯ୍ୟକଳାପକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ପରିଚାଳନା କମିଟିର ସଦସ୍ୟମାନେ ସି ଆର ସି ସି ଙ୍କ ଜରିଆରେ ଜିଲ୍ଲା ଶିକ୍ଷାଧିକାରୀ ଓ ଗୋଷ୍ଠି ଶିକ୍ଷାଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରି ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟରୁ ବହିଷ୍କାର କରିବାକୁ ଦାବି ଜଣାଇଛନ୍ତି।ଅଭିଯୋଗ ପତ୍ରରେ ବିଦ୍ୟାଳୟର ଶୈକ୍ଷିକ ପରିବେଶ ବ୍ୟାହତ ହେଉଥିବା, ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତାର ଅଭାବ ଏବଂ ବିଭିନ୍ନ ନିୟମ ଉଲ୍ଲଂଘନ ହେଉଥିବା ଉଲ୍ଲେଖ କରାଯାଇଛି। ପ୍ରଧାନ ଶିକ୍ଷକ ଏବଂ କିଛି ସହକାରୀ ଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟିର ବିନା ଅନୁମତିରେ ବିଭିନ୍ନ ଜିନିଷ ପତ୍ର ବିକ୍ରି କରିବା ଓ ମଧ୍ୟନ୍ନ ଭୋଜନର ହିସାବ ପତ୍ର ନଦେବା ଏବଂ ପ୍ରଧାନ ଶିକ୍ଷକଙ୍କ ଆଚରଣ ଓ କାର୍ଯ୍ୟକଳାପ ଯୋଗୁଁ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଥିବା କମିଟି ଅଭିଯୋଗ କରିଛି।କିଛିଦିନ ତଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବେହେରା ଜଣେ ବିବାହିତ ମହିଳାକୁ ପ୍ରେମ କରି ହଟହଟା ହେବାସହ ଏହି ମାମଲାବୁଗୁଡ଼ା ଥାନାରେ ପହଂଚି ଥିଲା ଯାହା ବୁଗୁଡ଼ା ଅଂଚଳ ରେ ଚର୍ଚ୍ଚାର ବିଷୟ ପାଲଟିଥିଲା, ଯାହାଫଳରେ ବିଦ୍ୟାଳୟ ର ମାନସଂମ୍ମାନ ହାନି ହେବାସହ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେବାରେ ଲାଗିଛି, ଏଣୁଘଟଣାକୁ ଗୁରୁତ୍ୱର ସହ ନେଇ ଜିଲ୍ଲା ଶିକ୍ଷାଧିକାରୀ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହୋଇଛି। ଗଞ୍ଜାମ ଜିଲ୍ଲା ରିପୋର୍ଟ ଗଣେଶ ପାଣିଗ୍ରାହୀ ରିପୋର୍ଟ
