ସହିଦଙ୍କ ସ୍ମୃତିରେ ଥିବା ଅଶୋକ ସ୍ତମ୍ଭ ପାଲଟିଲା ପାର୍କିଙ୍ଗ ଓ ଅଳିଆ ଗଦା..

ସହିଦଙ୍କ ସ୍ମୃତିରେ ଥିବା ଅଶୋକ ସ୍ତମ୍ଭ ପାଲଟିଲା ପାର୍କିଙ୍ଗ ଓ ଅଳିଆ ଗଦା..

ସହିଦଙ୍କ ସ୍ମୃତିରେ ଥିବା ଅଶୋକ ସ୍ତମ୍ଭ ପାଲଟିଲା ପାର୍କିଙ୍ଗ ଓ ଅଳିଆ ଗଦା..

କନ୍ଧମାଳ ୨୦/୨୬: (ରିପୋର୍ଟ କୁନା ଦିଗାଲ )ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନର ପ୍ରତୀକ ଅଶୋକ ସ୍ତମ୍ଭ ଆଜି ଅବହେଳାର ଶିକାର ହୋଇଛି। ଫୁଲବାଣୀ ବ୍ଲକ ପରିସରରେ ଥିବା ଏହି ଅଶୋକ ସ୍ତମ୍ଭଟି ଏ ଅଞ୍ଚଳ ର ସହିଦ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ତିଆରି ହୋଇଥିଲା। ବିଶେଷ କରି ସ୍ୱାଧୀନତା ସଂଗ୍ରାମୀ ଶ୍ରୀମତି ଚମ୍ପା ଦେଇ ଏବଂ ଶ୍ରୀ ଶତ୍ରୁଘନ ପ୍ରଧାନ ଙ୍କ ନାମରେ ଏହା ଉତ୍ସର୍ଗୀକୃତ।କିନ୍ତୁ ଦୁର୍ଭାଗ୍ୟର କଥା ପ୍ରଶାସନର ଅଣଦେଖା ଯୋଗୁଁ ଏହି ପବିତ୍ର ସ୍ଥାନଟି ଏବେ ଗାଡ଼ି ପାର୍କିଙ୍ଗ ଓ ଅଳିଆ ଗଦାରେ ପରିଣତ ହୋଇଛି। ଉନ୍ନୟନ ବିଭାଗ ପକ୍ଷରୁ ସ୍ତମ୍ଭ ଚାରିପାଖରେ ଯାନବାହାନ ପାର୍କ କରାଯାଉଥିବା ବେଳେ ଆବର୍ଜନା ମଧ୍ୟ ସେହିଠାରେ ଫିଙ୍ଗା ଯାଉଛି। ସ୍ତମ୍ଭ ଉପରେ ଧୂଳି ଜମିଯାଇଛି ଏବଂ ଚାରିପଟେ ଘାସ ଓ ଆବର୍ଜନା ବଢି ଯାଇଛି।ସ୍ଥାନୀୟ ବୁଦ୍ଧିଜୀବୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟମାନେ କହିଛନ୍ତି। ଯେଉଁ ମାନେ ଦେଶ ପାଇଁ ଜୀବନ ଦେଇଛନ୍ତି ତାଙ୍କ ସ୍ମୃତି ସ୍ତମ୍ଭକୁ ଆମେ ଏଭଳି ଅପମାନିତ କରୁଛୁ? ଏଠାରେ ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ସହିଦ ଦିବସ ପାଳନ ହୁଏ, କିନ୍ତୁ ବାକି ଦିନ ଏହା ଅବହେଳିତ ହୋଇ ପଡି ରହେ।ଏହି ଦୃଶ୍ୟ ଦେଖି ଜନସାଧାରଣ ଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ କହୁଛନ୍ତି ଯେ ସହିଦଙ୍କ ପ୍ରତି ସମ୍ମାନ ଦେଖାଇବା ପରିବର୍ତ୍ତେ ପ୍ରଶାସନ ତାଙ୍କ ସ୍ମୃତିକୁ ମିଳୁଛି ଅପମାନ କରୁଛି। ତେଣୁ ସାଧାରଣରେ ଦାବି ହେଉଛି ଯେ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଏଥିରେ ହସ୍ତକ୍ଷେପ କରନ୍ତୁ। ଅଶୋକ ସ୍ତମ୍ଭ ଚାରିପାଖରୁ ପାର୍କିଙ୍ଗ ହଟାଇ, ସ୍ଥାନଟିର ସୌନ୍ଦର୍ଯ୍ୟକରଣ କରି ଏହାକୁ ଏକ ସ୍ମାରକୀ ଭାବେ ବିକଶିତ କରାଯାଉ। ସହିଦ ଶ୍ରୀମତି ଚମ୍ପା ଦେଇ ଓ ଶ୍ରୀ ଶତ୍ରୁଘନ ପ୍ରଧାନ ଙ୍କ ନାମ ଲେଖା ଥିବା ଫଳକକୁ ମଧ୍ୟ ନୂତନ କରାଯାଉ। ଯଦି ତୁରନ୍ତ ପଦକ୍ଷେପ ନିଆନଯାଏ ତେବେ ସାମାଜିକ ସଂଗଠନ ଓ ଯୁବମାନେ ଏକାଠି ହୋଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ବିଷୟରେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।