୭୫ କେଜି ଗଞ୍ଜେଇ ଜବତ ସହ ଦୁଇ କାର ଜବତ, ୬ ଜଣ ଗିରଫ ।

୭୫ କେଜି ଗଞ୍ଜେଇ ଜବତ ସହ ଦୁଇ କାର ଜବତ, ୬ ଜଣ ଗିରଫ ।

୭୫ କେଜି ଗଞ୍ଜେଇ ଜବତ ସହ ଦୁଇ କାର ଜବତ, ୬ ଜଣ ଗିରଫ ।

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ଗଜପତି ଜିଲ୍ଲାରେ ନିଶାଶଦ୍ରବ୍ୟ ଚୋରା ଚାଲାଣ ବିରୋଧରେ ଅଡବା ପୁଲିସ ମିଳିଛି ବଡ ସଫଳତା । ଯାନବାହାନ ଯାଞ୍ଚ ସମୟରେ ପ୍ରାୟ ୭୫ କେଜି ସନ୍ଦୀଗ୍ଧ ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ପୁଲିସ । ଏଥିସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଦୁଇଟି କାର ଜବତ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ, ଗତ ୧୯ ଅକ୍ଟୋବର ୨୦୨୬ ତାରିଖ ଭୋର ପ୍ରାୟ ୫ଟା୪୫ ମିନିଟ୍ ସମୟରେ ଏସ୍ଆଇଙ୍କ ନେତୃତ୍ବରେ ଆଡବା ପୁଲିସ ଟିମ୍ ଏନ୍ଏଚ୍-୩୨୬ ର ଖରିଗୁଡ ଗ୍ରାମ ନିକଟସ୍ଥ ଭୀମାଦଳି ଘାଟି ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ ଓ ଯାହାବାହନ ଯାଞ୍ଚ କରୁଥିଲେ । ଏହି ସମୟରେ ଦୁଇଟି କାର ଦ୍ରୃତଗତିରେ ଯାଉଥିବା ପୁଲିସ ନଜରକୁ ଆସିଥିଲା । କାର୍ ଦୁଇଟି ହେଉଛି ମାରୁତି ସୁଜୁକି ସ୍ବିଫ୍ଚ ଡିଜାୟରର୍ କାର୍ ନମ୍ବର( MH 12 ML 0745) ଏବଂ ମାରୁତି ସୁଜୁକି ବାଲେନୋ (ନମ୍ବର MH 23 AS 1005) ପୁଲିସକୁ ଦେଖି ଗାଡିରେ ଥିବା ବ୍ୟକ୍ତିମାନେ ନିକଟସ୍ଥ ଜଙ୍ଗଲ ଆଡକୁ ଖସିଯିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ ପୁଲିସ ସେମାନଙ୍କ ପିଛା କରି ଦୁଇଟି ଗାଡିରେ ଥିବା ୬ ଜଣଙ୍କୁ ଧରି କରିଥିଲେ ।

ଗାଡି ଯାଞ୍ଚ ସମୟରେ ସେଥିରୁ ତିନୋଟି ପ୍ଲାଷ୍ଟିକ୍ ଜେରିକିନରେ ରଖାଯାଇଥିବା ସନ୍ଦିଗ୍ଧ ଗଞ୍ଜେଇ ମିଳିଥିଲା । ଆବଶ୍ୟକ ଆଇନଗତ ପ୍ରକ୍ରିୟା ପାଳନ କରି ଜଣେ ଏକ୍ଜିକ୍ୟଟିଭ୍ ଓଜନକୁ ବାଦ୍ ଦେବା ପରେ ଗଞ୍ଜେଇର ମୋଟ ଓଜନ ୭୫ କେଜି ହୋଇଥିବା ଜଣାପଡିଛି । ଗଞ୍ଜେଇ, ଦୁଇଟି କାର୍ ଏବଂ ଅଭିଯୁକ୍ତମାନଙ୍କ ଠାରୁ ମିଳିଥିବା ଅନ୍ୟାନ୍ୟ ସାମଗ୍ରୀକୁ ଆଇନ ଅନୁଯାୟୀ ଜବତ କରାଯାଇଛି । ଗିରଫ ୬ ଜଣ ହେଲେ ମହାରାଷ୍ଟ୍ରର ଗଣେଶ ସିରସାଟ୍ (26), ବାଲାଜୀ ଯୋଗୀରାଜ ଯାଦବ(୪୨), ମହେଶ ଫେଡ୍ (32), ସିଦ୍ଧେଶ୍ବର ଗଙ୍ଗାଧର କେନ୍ଦ୍ରେ(40), ସନ୍ତୋଷ ଦାଗୁଡୁବା ମାସ୍କେ(୫୦) ଏବଂ ଶିବ ଶଙ୍କର ଆନ୍ନା ସାହେବ ମୁଣ୍ଡେ(28) । ଏହି ଘଟଣାରେ ଅଡବା ଥାନା କେସ୍ ନମ୍ବର ୨୦୮, ତାରିଖ ୧୯.୧୦.୨୦୨୬ ରୁଜୁ ହୋଇଛି।

ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି) (ii)(c) /25/29 ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ ପରେ ସମ୍ପୂକ୍ତ ଅଦାଲତକୁ ପଠାଯାଇଛି। ଏହି ଗଞ୍ଜେଇ କେଉଁଠାରୁ ଆସିଥିଲା, କେଉଁ ସ୍ଥାନକୁ ଚାଲିଣ ହେଉଥିଲା ଏବଂ ଏହା ପଛରେ ଅନ୍ୟ କୌଣସି ବ୍ୟକ୍ତି ବା ଚାଲାଣକାରୀ ଗୋଷ୍ଠୀର ସମ୍ପୂକ୍ତି ରହିଛି କି ନାହିଁ । ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଛି । ଅଡବା ପୁଲିସ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ, ଗଛିତ ରଖିବା, ପରିବହନ ଓ ଚୋରା ଚାାଲଣ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହାଯାଇଛି । ଏଭଳି ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ନିର୍ଭରଯୋଗ୍ୟ ସୂଚନା ଥିଲେ ପୁଲିସକୁ ଜଣାଇବା ପାଇଁ ଜନସାଧାରଣଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।