ବିଜାପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ବିଜେପି ତ ସମ୍ବର୍ଦ୍ଧନା ସଭା ର ପ୍ରତିବାଦ ରେ ବିଡ଼ିଓ ଙ୍କ ଠାରେ ଅଭିଯୋଗ

ବିଜାପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ବିଜେପି ତ ସମ୍ବର୍ଦ୍ଧନା ସଭା ର ପ୍ରତିବାଦ ରେ ବିଡ଼ିଓ ଙ୍କ ଠାରେ ଅଭିଯୋଗ

ବିଜାପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ବିଜେପି ତ ସମ୍ବର୍ଦ୍ଧନା ସଭା ର ପ୍ରତିବାଦ ରେ ବିଡ଼ିଓ ଙ୍କ ଠାରେ ଅଭିଯୋଗ

ରାୟଗଡ ( info media) ରାୟଗଡ ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ବିଜାପୁର ଗ୍ରାମପଞ୍ଚାୟତ ପରିସରରେ ରେ ଚଳିତ ମାସ 06/08/2026 ରେ ବିଜେପି ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଏକ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଗୁଣୁପୁର ପୌର ଉପାଧକ୍ଷ ତଥା ବିଜେପି ନେତା ଶ୍ରୀ ଶିବ ପ୍ରସାଦ ଗୌଡ଼ ଙ୍କୁ ସ୍ବାଗତ ସମ୍ବଦ୍ଧନା ଜଣାଇଥିଲେ ବିଜେପି ର ଚନ୍ଦ୍ରପୁର ବ୍ଲକ ରେ କର୍ମକର୍ତା l ସରକାରୀ ଅଫିସ ପରିସରରେ କିପରି ଭାବେ ଏକ ରାଜନୈତିକ ଦଳ ର କାର୍ଯ୍ୟକ୍ରମ ହେଲା ଏହାକୁ ଚନ୍ଦ୍ରପୁର ବ୍ଲକ ବିଜେଡି ସଭାପତି ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇ ବିଜେପି ରେ ଏହିପରି କାର୍ଯ୍ୟକ୍ରମ କୁ ନିନ୍ଦା କରିଥିଲେ ଓଁ ଚନ୍ଦ୍ରପୁର ବିଡ଼ିଓ ଙ୍କୁ ଚାନ୍ଦପୁର ବିଜେଡି ଦଳ ର ସଭାପତି ଙ୍କ ନେତୃତ୍ୱ ରେ ଏକ ଦଳ ଦାବିପତ୍ର ଦେଇ ଏହି ଘଟଣା ରେ ତଦନ୍ତ କରିବା ସହିତ ବିଜେପି ରେ ଯେଉଁ କର୍ମକର୍ତା ମାନେ ବିଜେପୁର ପଂଚାୟତ ଅଫିସ ପରିସରରେ ଉପସ୍ଥିତ ଥିଲେ ତାଙ୍କ ବିରୋଧ ରେ କାର୍ୟନୁଷ୍ଠାନ କରିବା ନିମନ୍ତେ ଦାବୀ କରିଛନ୍ତି l ପଂଚାୟତ ଅଫିସର ତାଲା କିପରି ଭାବେ ଖୋଲିକି ଏହି କାର୍ଯ୍ୟକ୍ରମ କରିଲେ ତାହା ସମସ୍ତି ଙ୍କୁ ଚକିତ କରୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି l ଏହି ଦାବୀ ପତ୍ର ପ୍ରଦାନ ସମୟରେ ବ୍ଲକ ବିଜେଡି ର ସଭାପତି, ସମ୍ପାଦକ ଙ୍କ ସ ସହିତ ବହୁ କର୍ମୀ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ନେତା ଙ୍କ ବିରୋଧ ରେ କାର୍ଯ୍ୟାଷ୍ଠାନ ଗ୍ରହଣ ନ କରିଲେ ପ୍ବ୍ଲକ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ