ରାୟଗଡ ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିଙ୍କ ବିଜେପିରେ ଯୋଗଦାନଦଳୀୟ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଲେ ରାଜ୍ୟ ବିଜେପି ସଭାପତି
ରାୟଗଡ(info media) ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜିରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ, ଉପାଧ୍ୟକ୍ଷ ଶ୍ରୀ ଶିବପ୍ରସାଦ ଗୌଡଙ୍କ ସମେତ ୧୦ ଜଣ କାଉନସିଲର ଶ୍ରୀମତୀ ଡି ପ୍ରଶାନ୍ତି, ଶ୍ରୀମତୀ ଶାନ୍ତି ବାଉରୀ, ଶ୍ରୀ ଦେବେନ୍ଦ୍ର ଶବର, ଶ୍ରୀମତୀ ସୁଲୋଚନା ପ୍ରଧାନ, ଶ୍ରୀ ପ୍ରମୋଦ କୁମାର ଦାସ, ଶ୍ରୀମତୀ ଋଶ୍ମିତା କୁମାରି ପଟ୍ଟନାୟକ, ଶ୍ରୀମତୀ ଲଳିତା ଶବର, ଶ୍ରୀମତୀ ବବି ଶବର, ଶ୍ରୀମତୀ ରଶ୍ମି ପାତ୍ର, ଶ୍ରୀମତୀ ଚେପାଲି ସରସ୍ୱତୀଙ୍କ ସମେତ ଗୁଣୁପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ବିିଭିନ୍ନ ଅନୁଷ୍ଠାନର ନେତୃମଣ୍ଡଳୀ, ବୁଦ୍ଧିଜୀବୀ, ସାମଜିକ କର୍ମୀ, ପୂର୍ବତନ ସରପଂଚ, ସମିତି ସଭ୍ୟା ପ୍ରମୁଖ ଶତାଧିକ ନେତୃମଣ୍ଡଳୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ । ସେହିପରି ଗୁଣୁପୁର ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ସରପଂଚ ଶ୍ରୀମତୀ କମଳା ଶବର, ଶ୍ରୀମତୀ ପ୍ରଭାବତୀ ଶବର, ଶ୍ରୀମତୀ ସନ୍ତୋଷୀ ଶବର, ଶ୍ରୀ ରବି ଶବର, ଶ୍ରୀ ନୀଳକଣ୍ଠ ଶବର, ଶ୍ରୀମତୀ ଶ୍ରୀମତୀ ମନ୍ଦାଙ୍ଗୀ, ଶ୍ରୀ ଦିବାକର ଶବର, ଶ୍ରୀ କୃଷ୍ଣଚନ୍ଦ୍ର ପୁରୁଷୋତମ, ସମିତ ସଭ୍ୟ ଶ୍ରୀ ଇଶ୍ରା ଶବର, ଶ୍ରୀମତୀ ନାଗେଶ୍ୱରୀ ଶବର, ଶ୍ରୀମତୀକୁଣ୍ଡିଗ୍ନି ଅନୁ, ଶ୍ରୀମତୀ ସୁକାନ୍ତି ଶବର, ଶ୍ରୀମତୀ ସୁଜାତା ଉଲ୍କା, ଶ୍ରୀ ଜଗ୍ଦିଶ ଶବର, ଶ୍ରୀମତୀ ତ୍ରିମାଣୀ ଗୋମାଙ୍ଗ, ଶ୍ରୀମତୀ ଋାଜେଶ୍ୱରୀ ବିଦିକା, ଶ୍ରୀ ସଲମାନ ଗମାଙ୍ଗୋ, ଶ୍ରୀମତୀ ବାସନ୍ତୀ କାଳକା, ଶ୍ରୀମତୀ ମଞ୍ଜିତା ଶବର, ଶ୍ରୀମତୀ ନୀଳାବତି ଶବରଙ୍କ ସମେତ ଅନେକ ସଂଖ୍ୟାରେ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ, ପୁର୍ବତନ ସରପଂଚ, ନାଏବ ସରପଂଚ, ସମିତି ସଭ୍ୟ ଏବଂ ସାମାଜିକ କର୍ମୀ, ଯୁବ ନେତୃତ୍ୱ ପ୍ରମୁଖ ଶତାଧିକ ନେତୃମଣ୍ଡଳୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।ଗୁଡାରୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଶ୍ୱନାଥ ଶବରଙ୍କ ସମେତ ସରପଂଚ ଶ୍ରୀ ବଂଶୀଧର ଶବର, ଶ୍ରୀମତୀ ବୁଟି ମାମ୍ବଲକା, ଶ୍ରୀମତୀ ସୂର୍ଯ୍ୟମଣୀ ଶବର, ଶ୍ରୀ ମାଧବ ଶବର, ସମିତି ସଭ୍ୟ ଶ୍ରୀମତୀ ନମିତା ଶବର, ଶ୍ରୀ ଅର୍ଜୁନ ଶବର, ଶ୍ରୀ ଅନ୍ଦମ, ଶ୍ରୀମତୀ ସବିତା ଶବର, ଶ୍ରୀମତୀ ରଶ୍ମିତା ଶବରଙ୍କ ସମେତ ରାମନାଗୁଡା ବ୍ଲକର ୱାର୍ଡ ମେମ୍ବର ଶ୍ରୀ ଜଗ୍ଦିଶ୍ ମହାକୁଣ୍ଡୋ, ଅଜିତ ଶବାର, ଏନକାଟୀ ମନଡାଙ୍ଗୀ, ନାଏବ ସରପଂଚ ସମ୍ବର ପଲକା, ପ୍ରବୀର ଲାବଲା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବ୍ୟକ୍ତିବିଶେଷମାନେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।ବିଜେପି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ ହୋଇପାରିଛି । ଆମେ ସମସ୍ତେ ଭାଗ୍ୟବାନ ଯେ ଏପରି ଏକ ବିରାଟ ଦଳରେ ଆମେ ମିସିପାରିଛୁ ବୋଲି ଗୁଡାରି ବ୍ଲକ ଅଧକ୍ଷ ବିଶ୍ୱନାଥ ଶବର କହିଛନ୍ତି । ଦେଶର ୨୨ ରାଜ୍ୟରେ ବିଜେପି ଏବଂ ଏନ୍ଡିଏ ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଭାରତବର୍ଷରେ ଆଦୃତ ହୋଇଛି । ଅନେକ ମହାପୁରୁଷଙ୍କ ବଳିଦାନ ଓ କାର୍ଯକର୍ତାଙ୍କ ପ୍ରଚେଷ୍ଠାରୁ ଆଜି ବିଜେପିର ସଙ୍ଗଠନ ମଜଭୁତ୍ ହୋଇଛି । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା, ଗୋଟିଏ ପରେ ଗୋଟିଏ ପୂରଣ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି ବୋଲି ଶିବ ପ୍ରସାଦ ଗୌଡ଼ କହିଛନ୍ତି ।ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି । ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ରାଜ୍ୟ ଉପସଭାପତି ଶ୍ରୀ ରମେଶ ସାହୁ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୀମାଂଚଳ ଖଟେଇ ଓ ଶ୍ରୀମତୀ ପୂର୍ଣ୍ଣିମା ନାୟକ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, କୋରାପୁଟ ସାଂସଦ ପ୍ରାର୍ଥୀ ଶ୍ରୀ କାଳିରାମ ମାଝୀ, ରାୟଗଡା ଜିଲ୍ଲା ସଭାପତି ଶ୍ରୀ ଗୋପୀଆନନ୍ଦ,ଶିବ ଉଲାକା, ବସନ୍ତ ଉଲାକା, ମଞ୍ଜୁଳା ମିନିୟାକା ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
