ଦୁଇ ବାଇକ୍ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…
ଗଜପତି,୩ା୭(ମନୋଜ ପାଢ଼ୀ): ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ ରାଜପଥ ହିକିରିକୁପା ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ମୃତକ ଜଣଙ୍କ ହେଲେ, ମୋହନା ଥାନା ବନ୍ଧା ଗୁଡ଼ା ଗାଁର ବିଭୂତି ନାୟକ ଓ ଗୁରୁତର ଦୁହେଁ ହେଲେ ଲୁଡୁରୁ ଗାଁର ବୁଲୁ ମଲ୍ଲିକ ଓ ସାଗର ମଲ୍ଲିକ।ସୂଚନାନୁଯାୟୀ, ଗୁରୁତର ଦୁହେଁ ବାଇକ୍ ଯୋଗେ ଲୁଡୁରୁ ଠାରୁ ମୋହନା ଅଭିମୁଖେ ଯାଉଥିବା ବେଳେ ମୃତ ଜଣକ ବନ୍ଧାଗୁଡ଼ାରୁ ମୋହନା ଯାଉଥିବା ବେଳେ ଦୁଇ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଦୁଇ ବାଇକରେ ଥିବା ଯୁବକ ଛିଟିକି ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ଦୁଇ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରିଛନ୍ତି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
