” ବନ ମୋହତ୍ସବ ସପ୍ତାହ” ଏମକେସିଜି ଦିବ୍ୟ।ଙ୍ଗ ବିଦ୍ୟାଳୟରେ ପାଳନ ହୋଇଯାଇଛି ।
ଗଜପତି,୩.୭(ମନୋଜ ପାଢୀ)-: ମୋହନା ଠାରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟ ରେ “ବନ ମୋହତ୍ସବ ସପ୍ତାହ” ପାଳନ ହୋଇଯାଇଛି ।ଏଠାରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡ।ସି ସାହୁ ସଭାପତିତ୍ଵ କରିଥିଲେ ।ମୁଖ୍ୟ ଅତିଥି ଭାବେ ଶ୍ରୀବିକାଶ କିରଣ ମିଶ୍ର (JMFC,ମୋହନା) ଆସନ ଅଳଙ୍କୃତ କରିଥିଲେ ଓ ତାଙ୍କ ସହଯୋଗୀ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ (ରେଞ୍ଜର,ମୋହନା) ଆସନ ଅଳଙ୍କୃତ କରିଥିଲେ।ସମ୍ମାନୀୟ ଅତିଥି ଭାବେ ଶ୍ରୀ ରବୀନ୍ଦ୍ର ନାୟକ(ସଭାପତି ବାର ଆସୋସିଏସନ୍), ସନ୍ତୋଷ ପାଢ଼ୀ(ପୂର୍ବତନ ସଭାପତି),ଶ୍ରୀ ବୈଦ୍ୟନାଥ ସିଂ (ସରକାରୀ ଓକିଲ),ଶ୍ରୀ ପ୍ରଶାନ୍ତ ବୀର (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ),ଶ୍ରୀ ଲକ୍ଷ୍ମୀ କାନ୍ତ ପାତ୍ର (ଫୋରେଷ୍ଟର,ମୋହନା) ଓ ତାଙ୍କ ସହଯୋଗୀ,ଶ୍ରୀ ଅକ୍ଷୟ ଶତପଥୀ (ଲିପିକା ଏନଜିଓ) ,ପରିଚାଳନା କମିଟି ର ଅନ୍ୟାନ୍ୟ ସଦସ୍ୟ।ଦୃଷ୍ଟିହୀନ ଓ ବଧିର ବିଭାଗ ର(ଅଧ୍ୟକ୍ଷ) ଓ ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଭାଗ ର ସୁଶ୍ରୀ ସ୍ୱାଗତିକା ସିଂ(ଭାଇସ ପ୍ରିନ୍ସସିପାଲ) ସଭା ପରିଚାଳନା ରେ ସହଯୋଗ କରିଥିଲେ । ଶ୍ରୀ ମିଶ୍ର ଆଜିର କାର୍ଯ୍ୟକ୍ରମ ଯୋଗ ଦେଇ ଦିବ୍ୟ।ଙ୍ଗ ଛାତ୍ରଛାତ୍ରୀ ଙ୍କୁ ପରିବେଶ ସୁରକ୍ଷା ,ବୃକ୍ଷ ର ଉପକାରିତା ଏବଂ ଆଇନ ସମ୍ବନ୍ଧୀୟ ବିଷୟ ଉପରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ ।ଶ୍ରୀ ରେଞ୍ଜର ମହାଶୟ ବନ ମହାତ୍ସବ ସପ୍ତାହ ପାଳନ ଉପରେ ଆଲୋକ ପାତ କରିଥିଲେ ।ଆଜିକାର କାର୍ଯ୍ୟକ୍ରମ ରେ ସଭାପତି ଶ୍ରୀ ଦଣ୍ଡାସି ସାହୁ “ବୃକ୍ଷ ଲଗାଅ ଜୀବନ ବଞ୍ଚାଅ ” ର ସ୍ଲୋଗାନ ଦେଇ ଛାତ୍ରଛାତ୍ରୀଙ୍କୁ ହୃଦୟସ୍ପର୍ଶୀ କରେଇ ସମାଜ କୁ ବ।ର୍ତ। ଦେଇଥିଲେ। ପରିଶେଷ ରେ ଶ୍ରୀ ମିଶ୍ର(JMFC) ମହାଶୟ ଛାତ୍ରଛାତ୍ରୀ ଓ ଅନୁଷ୍ଠାନ ସମସ୍ତ କର୍ମଚାରୀ ଙ୍କୁ ମିଷ୍ଠାନ ବଣ୍ଟନ କରିଥିଲେ ଓ ଶେଷରେ ବିଦ୍ୟଳୟ ପରିସର ରେ ବୃକ୍ଷ ରୋପଣ କରି “ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା”ର ସ୍ଲୋଗାନ ଦେଇଥିଲେ । ଏହାର ସମସ୍ତ ଦାୟିତ୍ଵ ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ନିର୍ଭାହ କରିଥିଲେ ,ଓ ଏଥିରେ ଅନୁଷ୍ଠାନ ର ସମସ୍ତ ପରିଚାଳନା କମିଟି, କର୍ମଚାରୀ ସହଯୋଗ କରିଥିଲେ ।ସଭା ଶେଷରେ ଶ୍ରୀ ଲକ୍ଷ୍ମନ ମଲିକ୍ (ୱାର୍ଡେନ) ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ପରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ସଭା ସାଙ୍ଗ କରିଥିଲେ ।
