ସଂକୁଳ ସ୍ତରୀୟ ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ।
ବରଗଡ – ୧୩,୬(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ପପଙ୍ଗା କଲୋନୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳ ଅନ୍ତର୍ଗତ ପରିଚାଳନା ସମିତିର ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ମାନଙ୍କର ଏକ ବୈଠକ ସଂକୁଳ ପ୍ରମୁଖ ଡ. ବିବେକାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ମାନନୀୟ ଶ୍ରୀଯୁକ୍ତ ବେଦବର ପ୍ରଧାନ(ସଭାପତି, ବରମକେଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର) ଦୀପ ପ୍ରଜ୍ଜଳନପୂର୍ବକ ସମସ୍ତଙ୍କର ଶୁଭ କାମନା କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ଉକ୍ତ ବୈଠକରେ ସଂଭାଗ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଶିବପ୍ରସାଦ ବାଗ, ଜିଲ୍ଲା ସହ ପ୍ରମୁଖ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଦାଶ,ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ବେଦବର ପ୍ରଧାନ,ଶ୍ରୀଯୁକ୍ତ ଗୋବିନ୍ଦ ଶତପଥୀ, ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ବାରିକ,ଶ୍ରୀଯୁକ୍ତ ସରୋଜ କୁମାର ଭୋଇ,ଶ୍ରୀଯୁକ୍ତ ଉମାକାନ୍ତ ମେଣ୍ଡଲୀ, ଶ୍ରୀଯୁକ୍ତ କିଶୋର କୁମାର ପାଇକ୍,ଶ୍ରୀଯୁକ୍ତ ମଦନ ମୋହନ ଦାଶ, ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ(ସଂକୁଳ ସଂଯୋଜକ),ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର, ଶ୍ରୀଯୁକ୍ତ ଶିବାନନ୍ଦ ଦାଶ,ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍, ଶ୍ରୀଯୁକ୍ତ ଅଶୋକ କୁମାର ଧର, ଶ୍ରୀଯୁକ୍ତ ନରେନ୍ଦ୍ର ରଣା, ଶ୍ରୀଯୁକ୍ତ ମକୁନ୍ଦ ମହାରଣା, ଶ୍ରୀମାନ୍ ରିଙ୍କୁ କୁମାର ଦାଶ ଓ ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର ରଣା ବୈଠକରେ ଅଂଶ ଗ୍ରହଣ କରିଥିଲେ।ଉକ୍ତ ବୈଠକରେ ସଂକୁଳର ବିଭିନ୍ନ ସାଙ୍ଗଠନିକ ଓ ଶିକ୍ଷା ସମ୍ବନ୍ଧୀୟ ବିଷୟରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକକୁ ଶ୍ରୀଯୁକ୍ତ ମନୋରଞ୍ଜନ ମାଝୀ, ଶ୍ରୀଯୁକ୍ତ ଲିଙ୍ଗରାଜ ବିଶି,ଶ୍ରୀଯୁକ୍ତ ଆଶିଷ ବେହେରା, ଶ୍ରୀଯୁକ୍ତ ପ୍ରମୋଦ ଥାଟୀ,ଶ୍ରୀମତୀ ପ୍ରିୟଙ୍କା ଥାଟୀ, ଶ୍ରୀମତୀ ପ୍ରେମଶିଳା ତରିଆ,ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦଲେଇ,ଶ୍ରୀଯୁକ୍ତ ମାନଭଞ୍ଜନ ରଣା, ସୁଶ୍ରୀ ସୀମା ସେଟ୍,ସୁଶ୍ରୀ ଟ୍ବିଙ୍କିଲ୍ ବେହେରା, ଶ୍ରୀଯୁକ୍ତ ଛାୟାକାନ୍ତ ତରିଆ, ଶ୍ରୀଯୁକ୍ତ ଚିନ୍ତା କୁଦେଇ,ନଳିନୀ ମହାକୁର,ଜମ୍ବୋବତୀ ରଣା ସାହାଯ୍ୟ ଓ ସହଯୋଗ କରିଥିଲେ।ପରିଶେଷରେ ଶ୍ରୀଯୁକ୍ତ ଶିବ ପ୍ରସାଦ ବାଗ ଧନ୍ୟବାଦ ଅର୍ପଣ କରି ବୈଠକ ସମାପ୍ତ କରିଥିଲେ।
