Home / Odisha News / ଅକ୍ଟୋବର ୬ରେ AICC ସମ୍ପାଦକ ଜେ.ଟି. କୁସୁମ କୁମାରଙ୍କ ଗଜପତି ଗସ୍ତ ।

ଅକ୍ଟୋବର ୬ରେ AICC ସମ୍ପାଦକ ଜେ.ଟି. କୁସୁମ କୁମାରଙ୍କ ଗଜପତି ଗସ୍ତ ।

ଅକ୍ଟୋବର ୬ରେ AICC ସମ୍ପାଦକ ଜେ.ଟି. କୁସୁମ କୁମାରଙ୍କ ଗଜପତି ଗସ୍ତ ।

ଅକ୍ଟୋବର ୬ରେ AICC ସମ୍ପାଦକ ଜେ.ଟି. କୁସୁମ କୁମାରଙ୍କ ଗଜପତି ଗସ୍ତ ।

ଗଜପତି, 6 ଅକ୍ଟୋବର ୨୦୨୬(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) ସମ୍ପାଦକ ଶ୍ରୀ ଜେ.ଟି. କୁସୁମ କୁମାର ତାରିଖ ୬ ଅକ୍ଟୋବର ୨୦୨୬ ତାରିଖରେ ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ । ସେ ଭୋଗାପୁରମ୍–ବିଶାଖାପାଟଣା ଏୟାରପୋର୍ଟରୁ ଆସି ଅପରାହ୍ନ ୩ଟା ୩୦ ମିନିଟ୍ ସମୟରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଲେ।ଏହି ଗସ୍ତ ଅବସରରେ ଆସନ୍ତା ୮ ଅକ୍ଟୋବରରେ ହେବାକୁ ଥିବା ‘ଓଡ଼ିଶା ବନ୍ଦ’ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଓ ଆଲୋଚନା ଅନୁଷ୍ଠିତ ହେଲା।ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଶଙ୍କର ପ୍ରଧାନଙ୍କ ନେତୃତ୍ୱରେ ଏହି ପ୍ରସ୍ତୁତି ବୈଠକ ଆୟୋଜିତ କଲେ। ବୈଠକରେ AICC ସମ୍ପାଦକ ଶ୍ରୀ ଜେ.ଟି. କୁସୁମ କୁମାରଙ୍କ ସହ OPCC ଜିଲ୍ଲା ଇନଚାର୍ଜ ତଥା ବିଧାୟକ ଶ୍ରୀ ସତ୍ୟଜିତ ଗୋମାଙ୍ଗ ମଧ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସର ସମସ୍ତ ବରିଷ୍ଠ ନେତା, କର୍ମୀ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଏବଂ ସେବାଦଳର ସଦସ୍ୟମାନଙ୍କୁ ବୈଠକରେ ଉପସ୍ଥିତ ରହି ଆସନ୍ତା ‘ଓଡ଼ିଶା ବନ୍ଦ’ କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରସ୍ତୁତି ଓ ଆଲୋଚନାରେ ଯୋଗଦେଇ ଥିଲେ ।ବାର୍ତ୍ତା ପ୍ରଦାନକାରୀ:ଜସମିନ୍ ଶେଖ୍ରାଜ୍ୟ ସମ୍ପାଦକଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC)