କଇଁଝର ଗ୍ରାମପଞ୍ଚାୟତରେ ବସୁନ୍ଧରା ଯୋଜନାରେ ୭ ଜଣକୁ ପଟା ପ୍ରଦାନ..
କନ୍ଧମାଳ ତା ୦୭/୧୦ /୨୦୨୬ :-(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତ ସ୍ଥିତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଆଜି ଟିକାବାଲି ତହସିଲଦାର ଶ୍ରୀ ହରିଶ୍ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ରାଜସ୍ୱ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି l ଏହି ଅଭିଯୋଗ ଶୁଣାଣୀ ରେ ଯାହାର ଘରଡିହ ଶୂନ୍ୟ ହିତାଧିକାରୀ ମାନଙ୍କୁ ଚି଼ହ୍ନଟ କରି ପଟା ପ୍ରଦାନ କରାଯାଇଥିବା ବେଳେ, ଦୁଇ ଖାନା ସଂଶୋଧିତ ପଟା ୧୬ ଜଣକୁ ପ୍ରଦାନ କରିଛନ୍ତି l ଏହା ସହିତ ଦୁଇ ଖାନା ସଂଶୋଧିତ ନିମନ୍ତେ ପୁନଃ ୧୮ ଜଣଙ୍କର ଶୁଣାଣି ହୋଇଥିଲା l ଏବଂ ନୂତନ ଭାବରେ ଆଉ ୫ ଟି ଅଭିଯୋଗ ଆଜି ତହସିଲଦାର ସିଧା ସଳଖ ଗ୍ରହଣ କରିଥିବା ଦେଖିବାକୁ ମିଳିଛି l ଏବଂ ଏହାର ସମସ୍ତ ଦିଗ ପ୍ରତି ତଦନ୍ତ କରି ଯୋଗ୍ୟ ବିବେଚିତ ହେଲେ ପଟା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଟିକାବାଲି ତହସିଲଦାର l ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ବିଘ୍ନରାଜ କହଁର, ରାଜସ୍ୱ ନିରୀକ୍ଷିକା ରୁନୁମା ମଳିକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଗଣେଶ ବେହେରା,ବରିଷ୍ଠ ରାଜସ୍ୱ ସହାୟିକା ଲୁପ୍ରୀତା ପାତ୍ର, କନିଷ୍ଠ ରାଜସ୍ବ ସହାୟକ ଚିନ୍ମମୟ ରଥ,ସମେତ ଅଞ୍ଚଳ ର ଯୋଗ୍ୟ ହିତାଧିକାରୀ ଯୋଗଦେଇ ନିଜ ନିଜର ପଟା ଗ୍ରହଣ କରିଥିଲେ ଯାହାକି,ଦେଖିବାକୁ ମିଳିଥିଲା ଯେ ହିତାଧିକାରୀ ମାନେ ପଟା ପାଇବା ପରେ ଟିକାବାଲି ତହସିଲଦାର,ବିଭାଗୀୟ ଅଧିକାରୀ ଏବଂ ରାଜସ୍ୱ ନିରୀକ୍ଷିକା ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଯାହା ଅଞ୍ଚଳ ବାସୀଙ୍କ ମଧ୍ୟରେ ପ୍ରଶଂସନୀୟ କାର୍ଯ୍ୟକ୍ରମ ବୋଲି କୁହାଯାଉଛି l






