Home / Odisha News / ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର।

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର।

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର।

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର।

ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟ ରାସ୍ତା କଡ଼ ଜଙ୍ଗଲ ମଧ୍ୟରୁ ଏକ ପ୍ରେମୀ ଯୁଗଳଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛନ୍ତି। ମୃତ ଦୁଇ ଜଣ ହେଲେ ଦିଗପହଣ୍ଡି ପଦ୍ମନାଭ ପୁର ଗ୍ରାମର ଭଗବାନ ସେଠୀ ଓ ତାଙ୍କ ବାନ୍ଧବୀ ତଥା ପାଟପୁର ଥାନା ଅନ୍ତର୍ଗତ ପଳାସପୁର ଗ୍ରାମର ସନ୍ତୋଷୀ ସେଠୀ। ଉଭୟଙ୍କ ମଧ୍ୟରେ ଭଲପାଇବାକୁ ନେଇ ଦୁଇ ଜଣ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଭଗବାନ ଠାରୁ ସନ୍ତୋଷୀ ବୟସରେ ବଡ଼ ଯୋଗୁଁ ଉଭୟ ପରିବାର ଆପତ୍ତି କରିଥିଲେ। କିନ୍ତୁ ଉଭୟେ ପ୍ରେମୀ ଯୁଗଳ ଅଧୈର୍ଯ୍ୟ ହୋଇ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଜଙ୍ଗଲ ମଧ୍ୟରେ ବିଷପାନ କରି ଅଚେତ୍ ହୋଇଯାଇଥିଲେ । ଖବର ପାଇ ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଉଭୟଙ୍କୁ ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।