ଆଇପିଏଲ୍ ୨୦୨୬: ଆର୍ସିବିର ଐତିହାସିକ ସଫଳତା, ଲଗାତାର ଦ୍ୱିତୀୟ ଥର ଚାମ୍ପିଅନ୍
Royal Challengers Bengaluru ପୁଣିଥରେ ଆଇପିଏଲ୍ର ମୁକୁଟ ନିଜ ନାମରେ କରିଛି। ଫାଇନାଲ୍ ମ୍ୟାଚ୍ରେ Gujarat Titansକୁ ୫ ୱିକେଟ୍ରେ ପରାସ୍ତ କରି ବେଙ୍ଗାଲୁରୁ ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିଅନ୍ ହୋଇଛି।ଦଳର ଷ୍ଟାର ବ୍ୟାଟର Virat Kohli ଗୁରୁତ୍ୱପୂର୍ଣ୍ଣ ପାଳି ଖେଳି ଦଳର ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କ ଅଭିଜ୍ଞତା ଓ ଦମଦାର ବ୍ୟାଟିଂ ବଳରେ ଆର୍ସିବି ସହଜରେ ଲକ୍ଷ୍ୟ ହାସଲ କରି ଟ୍ରଫି ଜିତିଥିଲା।ଏହି ବିଜୟ ସହିତ ଆର୍ସିବି ଆଇପିଏଲ୍ ଇତିହାସରେ ନିଜର ପ୍ରାଧାନ୍ୟ ଜାରି ରଖିଛି। ଦଳର ପ୍ରଶଂସକମାନେ ଦେଶର ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରିଥିବା ଦେଖାଯାଇଛି।
