ଗଞ୍ଜାମ ଜିଲ୍ଲାରେ ବସ୍-ବାଇକ୍ ମୁହାଁମୁହିଁ ଧକ୍କା: ଚାଳକ ମୃତ

ଗଞ୍ଜାମ ଜିଲ୍ଲାରେ ବସ୍-ବାଇକ୍ ମୁହାଁମୁହିଁ ଧକ୍କା: ଚାଳକ ମୃତ

ଗଞ୍ଜାମ ଜିଲ୍ଲାରେ ବସ୍-ବାଇକ୍ ମୁହାଁମୁହିଁ ଧକ୍କା: ଚାଳକ ମୃତ

ଆସିକା, ୧/୬/୨୬: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାଲିଶିରା ଶିଦ୍ଧେଶ୍ୱର ହାଇସ୍କୁଲ ସମ୍ମୁଖରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ସହ ବିପରୀତ ଦିଗରୁ ଆସୁଥିବା ତୋଫାନ ବସ୍‌ର ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ମୃତକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳି ଗ୍ରାମର ଲାଲୁ ସ୍ୱାଇଁ। ସୂଚନା ଅନୁଯାୟୀ, ଲାଲୁ କୌଣସି କାମରେ ଆସିକା ଆସିଥିବା ବେଳେ ବାଇକ୍‌ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବାଲିଶିରା ଶିଦ୍ଧେଶ୍ୱର ହାଇସ୍କୁଲ ସମ୍ମୁଖରେ ତାଙ୍କ ବାଇକ୍‌ ସହ ତୋଫାନ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ। ଖବର ପାଇ ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁ, ଅତିରିକ୍ତ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ଜେନା ଏବଂ ତହସିଲ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।ରେଡ୍‌କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ପରେ ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଘଟଣାର ତଦନ୍ତ ଚାଲିଛି।ରିପୋର୍ଟ: ଗଣେଶ ପାଣିଗ୍ରାହୀ