ଜୁନ ରୁ ମହେନ୍ଦ୍ର ମେଳା; ନିଜ ଜିଦରେ ଦୁଇ ଗୋଷ୍ଠୀ ଅଟଳ, ବସିଲା ପ୍ରଥମ ଶାନ୍ତି କମିଟି ବୈଠକ

ଜୁନ ରୁ ମହେନ୍ଦ୍ର ମେଳା; ନିଜ ଜିଦରେ ଦୁଇ ଗୋଷ୍ଠୀ ଅଟଳ, ବସିଲା ପ୍ରଥମ ଶାନ୍ତି କମିଟି ବୈଠକ

ଜୁନ ରୁ ମହେନ୍ଦ୍ର ମେଳା; ନିଜ ଜିଦରେ ଦୁଇ ଗୋଷ୍ଠୀ ଅଟଳ, ବସିଲା ପ୍ରଥମ ଶାନ୍ତି କମିଟି ବୈଠକ

ଗଜପତି,(ମନୋଜ ପାଢ଼ୀ)-: ମହେନ୍ଦ୍ରଗିରିରେ ମହେନ୍ଦ୍ର ମେଳା ଆୟୋଜନକୁ ନେଇ ଦେଖା ଦେଇଛି ବିବାଦ। ମେଳାକୁ ବିଶ୍ଵାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚ ବିରୋଧ କରୁଥିବା ବେଳେ ଅନ୍ୟ ଦୁଇ ଗୋଷ୍ଠୀ ସମର୍ଥନ କରୁଛନ୍ତି ।ରିପୋର୍ଟ-ହରିହର ପଟ୍ଟନାୟକ ।ମହେନ୍ଦ୍ର ମେଳା ଆୟୋଜନକୁ ନେଇ ବସିଲା ଶାନ୍ତି କମିଟି ବୈଠକ ।ମହେନ୍ଦ୍ର ମେଳା ଆୟୋଜନକୁ ନେଇ ବିବାଦ ଦେଖା ଦେଇଛି । ଆଉ ବସିଲା ଶାନ୍ତି କମିଟି ବୈଠକ । ଓଡ଼ିଶାର ସବୁଠାରୁ ଉଚ୍ଚତମ ପର୍ବତ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରେ ଜୁନ୍ 1 ତାରିଖରୁ 9 ତାରିଖ ଯାଏଁ ଆୟୋଜନ ହେବାକୁ ଯାଉଛି ମହେନ୍ଦ୍ର ମେଳା । ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି । ହେଲେ ଏହାକୁ ବିଶ୍ଵାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚ ବିରୋଧ କରୁଥିବା ବେଳେ ମେଳା ସପକ୍ଷରେ ବାହାରିଛି ଶବର ସମାଜ କଲ୍ୟାଣ ସମିତି ଓ ମହେନ୍ଦ୍ର ଉନ୍ନୟନ ସେବା ସମିତି । ଯାହାକୁ ନେଇ ଅକଳରେ ପଡ଼ିଛି ଗଜପତି ଜିଲ୍ଲା ପ୍ରଶାସନ । ଗତକାଲି (ଗୁରୁବାର) ଉଭୟ ଗୋଷ୍ଠୀଙ୍କୁ ନେଇ ଏକ ଶାନ୍ତି କମିଟି ବୈଠକ ଆୟୋଜନ ହୋଇଥିବା ବେଳେ କୌଣସି ସୁଫଳ ମିଳିନାହିଁ ।ମହେନ୍ଦ୍ର ମେଳା ଆୟୋଜନକୁ ନେଇ ବିବାଦ ଦେଖା ଦେଇଛି ।ଐତିହାସିକ ମହେନ୍ଦ୍ରଗିରି ପର୍ବତରେ ଆୟୋଜିତ ହେବାକୁ ଥିବା ମହେନ୍ଦ୍ର ମେଳାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଗତ କିଛି ଦିନ ତଳେ ମେଳାକୁ ବିରୋଧ କରି ବିଶ୍ବାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ମହେନ୍ଦ୍ରଗିରିରେ ଗଣଧାରଣା ଦିଆଯାଇଥିବା ବେଳେ ମେଳାର ସପକ୍ଷରେ ଗତ ବୁଧବାର ଶବର ସମାଜ କଲ୍ୟାଣ ସମିତି ଓ ମହେନ୍ଦ୍ର ଉନ୍ନୟନ ସେବା ସମିତି ପକ୍ଷରୁ ଗଣଧାରଣ ଦିଆଯାଇଥିଲା ।ଏଭଳି ମେଳା ଆୟୋଜନ ମହେନ୍ଦ୍ରଗିରି ସଂସ୍କୃତିରେ କେବେ ବି ନଥିଲା । ନୂତନ ସଂସ୍କୃତି ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି ବୋଲି ବିଶ୍ଵାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । ସେପଟେ ଏହି ମେଳା ବନ୍ଦ ପାଇଁ ହେଉଥିବା ପ୍ରୟାସକୁ ନିନ୍ଦା କରିବା ସହ ମହେନ୍ଦ୍ର ମେଳା ଆଯୋଜନ ଦ୍ବାରା ଲୋକେ ମହେନ୍ଦ୍ରଗିରିର ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇବେ ବୋଲି କହିଛି ମହେନ୍ଦ୍ରଗିରି ସୁରକ୍ଷା ସମିତି । ଏଭଳି ବିବାଦ ଯୋଗୁଁ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି । ଉଭୟ ପକ୍ଷଙ୍କୁ ନେଇ ଜିଲ୍ଲା ପ୍ରଶାସନ ସମାଧାନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ତାହା ବିଫଳ ହୋଇଛି ।ଆଦିବାସୀ ମହାସଂଘର ସଭାପତି, ନିର ଭୂୟାଁ କହିଛନ୍ତି,” ମହେନ୍ଦ୍ରଗିରିର ପାରମ୍ପରିକ ଅସ୍ତିତ୍ବ ଓ ସଂସ୍କୃତି ରକ୍ଷା ଦାବିରେ ବିଶ୍ଵାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ମେଳା ଆୟୋଜନ ଦ୍ବାରା ପାହାଡ଼ର ପ୍ରାକୃତିକ ଓ ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେବ ।”ମହେନ୍ଦ୍ର ଆଶ୍ରମର ବାବା ଅଖଣ୍ଡାନନ୍ଦ କହିଛନ୍ତି,” ମହେନ୍ଦ୍ର ମେଳା ଆୟୋଜନ ପାଇଁ ଶବର ସମାଜ କଲ୍ୟାଣ ସମିତି ଏବଂ ମହେନ୍ଦ୍ର ଉନ୍ନୟନ ସେବା ସମିତି ପକ୍ଷରୁ ସମର୍ଥନ ରହିଛି । ମହେନ୍ଦ୍ର ମେଳା ଆମ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ । କୌଣସି ପରିସ୍ଥିତିରେ ବି ଏହି ମେଳାକୁ ଅଟକାଇବା ସମ୍ଭବ ନୁହେଁ । ବିଶ୍ଵାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚର ବିରୋଧ ଯୁକ୍ତିଯୁକ୍ତ ନୁହେଁ । ମହେନ୍ଦ୍ର ମେଳା ବନ୍ଦ କରିବା ପାଇଁ ହେଉଥିବା ପ୍ରୟାସକୁ ସଫଳ ହେବା ପାଇଁ ଦିଆଯିବ ନାହିଁ ।ଏହି ମେଳା ଆୟୋଜନ ହେଲେ କୌଣସି ପରିବେଶ ନଷ୍ଟ ହେବ ନାହିଁ । ଶହେରୁ ଅଧିକ ସ୍ବେଚ୍ଛାସେବୀ ନିୟୋଜିତ ହେବେ ।”ମେଳା ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଲାଗି ରହିଥିବା ବେଳେ କୌଣସି ସମୟରେ କିଛି ବି ଅଘଟଣକୁ ଏଡାଇଦିଆନପାରେ । ଯାହାକୁ ଦୃଷ୍ଟିରେ ରଖି ଗତକାଲି (ଗୁରୁବାର) ଗଜପତି ଜିଲ୍ଲା ପ୍ରଶାସନ ଉଭୟ ଗୋଷ୍ଠୀଙ୍କୁ ଡ଼ାକି ଆଲୋଚନା କରିବା ସହ ସମାଧାନର ରାସ୍ତା କାଢ଼ିବା ପାଇଁ ଚେଷ୍ଠା କରିଛି ।ହେଲେ ଉଭୟ ପକ୍ଷ ନିଜ ଦାବିରେ ଅଟଳ ରହିଥିଲେ ତେଣୁ ଆଲୋଚନା ବିଫଳ ହୋଇଥିଲା । ପୁଣି ଥରେ ଉଭୟ ପକ୍ଷଙ୍କ ସହ ଆଲୋଚନା କରାଯାଇ ଏହାର ସମାଧାନ କରାଯିବ ବୋଲି ସୂଚନା ଦେଇଛି ପ୍ରଶାସନ ।ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି,”ମହେନ୍ଦ୍ର ମେଳାକୁ ନେଇ ଆମେ ଏକ ଶାନ୍ତି ବୈଠକ ଡ଼ାକିଥିଲୁ । ଆମେ ଉଭୟଙ୍କ ସହ ଶାନ୍ତିପୂର୍ଣ୍ଣ ଆଲୋଚନା କରିଛୁ । କିଭଳି ଶାନ୍ତି ଶୃଙ୍ଖଳାର ସହ ମହେନ୍ଦ୍ର ମେଳା ଆୟୋଜନ କରାଯିବ ସେନେଇ ଆମେ ତତ୍ପର ରହିଛୁ । ଏବଂ ପୁଣି ଥରେ ଦୁଇ ପକ୍ଷଙ୍କୁ ନେଇ ଆଲୋଚନା କରାଯିବ ।”ମହେନ୍ଦ୍ରଗିରିକୁ ନେଇ ଦୀର୍ଘ ଦିନ ହେଲା ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଛି । ଯାହାର ସ୍ଥାୟୀ ସମାଧାନ ହେବା ଜରୁରୀ । ନଚେତ୍ ଏହା ଜିଲ୍ଲାର ଚିତ୍ରକୁ ମଳିନ କରିବା ସହ ପର୍ଯ୍ୟଟନ ବିକାଶରେ ବାଧା ସୃଷ୍ଟି କରିବ ।