‘ନାରୀ ଅଧିକାର ଅଭିଯାନ ରାଲି’

‘ନାରୀ ଅଧିକାର ଅଭିଯାନ ରାଲି’

ଗଞ୍ଜାମ ଜିଲ୍ଲା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁଠାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ବିରାଟ ‘ନାରୀ ଅଧିକାର ଅଭିଯାନ ରାଲି’ ଅନୁଷ୍ଠିତ ହୋଇଛି। ବଢୁଥିବା ମହିଳା ନିର୍ଯାତନା ଏବଂ ମହିଳାଙ୍କ ବିଭିନ୍ନ ଦାବିକୁ ନେଇ ଏହି ରାଲି ‘ଡବଲ ଇଞ୍ଜିନ’ ସରକାର ବିରୋଧରେ ଗର୍ଜିଥିଲା।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରୁ ଏହି ବିରାଟ ରାଲି ବାହାରି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନଗର ପରିକ୍ରମା କରିଥିଲା।ଏହାପରେ ରାଲି ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା ଏବଂ ମହିଳାଙ୍କ ୩୩% ସଂରକ୍ଷଣ ସମେତ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ନେତାଙ୍କ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ପୌର ପରିଷଦ ଅଧ୍ୟକ୍ଷ ସୁବାସ ପୋଲେଇ ଏବଂ ବିଜେଡିର ଜନ ପ୍ରତିନିଧିଙ୍କ ସମେତ ହଜାର ହଜାର ମହିଳା ଅଂଶଗ୍ରହଣ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ