ନବରଙ୍ଗପୁରରେ ନୂଆ ପ୍ରାଇମେରୀ ସବଷ୍ଟେସନ ଉଦଘାଟନ କଲା ଟିପିଏସ୍ଓଡିଏଲ୍

ନବରଙ୍ଗପୁରରେ ନୂଆ ପ୍ରାଇମେରୀ ସବଷ୍ଟେସନ ଉଦଘାଟନ କଲା ଟିପିଏସ୍ଓଡିଏଲ୍

ନବରଙ୍ଗପୁରରେ ନୂଆ ପ୍ରାଇମେରୀ ସବଷ୍ଟେସନ ଉଦଘାଟନ କଲା ଟିପିଏସ୍ଓଡିଏଲ୍

୭ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବାଝରିଗାଁ ବ୍ଲକ୍ ଚଚାଠାରେ ସ୍ଥାପିତ ହେଲା ଏହି ନୂଆ ସବଷ୍ଟେସନବ୍ରହ୍ମପୁର,ମଇ- ସ୍ଥାନୀୟ ବାସିନ୍ଦାଙ୍କର ଦୀର୍ଘ ଦିନର ଦାବିକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଚଚା ପଞ୍ଚାୟତଠାରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ପକ୍ଷରୁ ଏକ ନୂତନ ପ୍ରାଇମେରୀ ସବଷ୍ଟେସନ(ପିଏସ୍ଏସ୍)କୁ କାର୍ଯ୍ୟକ୍ଷମ କରାଯାଇଛି । ଏହି ଅଞ୍ଚଳରେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ କମ୍ପାନୀ ଏଭଳି ପଦକ୍ଷେପ ନେଇଛି ।ଏହି ନବନିର୍ମିତ ୩୩/୧୧ କେଭି ସବଷ୍ଟେସନରେ ଦୁଇଟି ୫ ଏମଭିଏ ଟ୍ରାନ୍ସଫର୍ମର ରହିଛି । ନବରଙ୍ଗପୁରର ମାନବ୍ୟର ସାଂସଦ ଶ୍ରୀ ବଳଭଦ୍ର ମାଝୀ, କମ୍ପାନୀର ବରିଷ୍ଠ ଅଧିକାରୀ, ସ୍ଥାନୀୟ ଲୋକପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ଭିତ୍ତିଭୂମିକୁ ଉଦଘାଟନ କରିଛନ୍ତି ।ଚଚା ପିଏସ୍ଏସ୍ କାର୍ଯ୍ୟକ୍ଷମ ହେବା ପରେ ଝରିଗାଁ ବ୍ଲକ୍ ବିଦ୍ୟୁତ ବିତରଣ ନେଟଓ୍ୱର୍କରେ ଉଲ୍ଲେଖନୀୟ ଉନ୍ନତି ଆସିବ । ଘରୋଇ ଉପଭୋକ୍ତା, ବାଣିଜ୍ୟିକ ପ୍ରତିଷ୍ଠାନ ତଥା କୃଷି କ୍ଷେତ୍ରର ୭ ହଜାରରୁ ଅଧିକ ଉପଭୋକ୍ତା ନୂତନ ପ୍ରକଳ୍ପରୁ ଉପକୃତ ହେବେ । ଚଚା, ଫୁଫୁଗାଁ, ପାଲିଆ, ଚିକିଲି, ବଡ଼ଟେମେରା, ସାନଟେମେରା, ଥାଟବେଡ଼ା, କଙ୍ଗରା, ଓ ଚକଲାପଦର ସମେତ ଅନେକ ପଞ୍ଚାୟତର ଶତାଧିକ ଗ୍ରାମରେ ଭୋଲଟେଜ ସ୍ଥିରତା ଆସିବା ସହ ଗୁଣାତ୍ମକ ତଥା ଭରସାଯୋଗ୍ୟ ବିଜୁଳି ସେବା ମିଳିପାରିବ ।ପୂର୍ବରୁ ଝରିଗାଁ ପ୍ରାଥମିକ ସବଷ୍ଟେସନରୁ ଲମ୍ୱା ୧୧ କେଭି ଲାଇନ ମାଧ୍ୟମରେ ସମଗ୍ର ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ଜାରି ରହିଥିଲା । ପ୍ରାୟ ୨୫୦ କିଲୋମିଟରର ଫିଡର ଲାଇନରେ ବିଜୁଳି ଯୋଗାଣ ହେଉଥିଲା । ଲମ୍ୱା ଲାଇନ କାରଣରୁ ଉପଭୋକ୍ତାମାନେ ବାରମ୍ୱାର ଲୋ-ଭୋଲଟେଜ୍ ସମସ୍ୟାର ସମ୍ମୁଖୀନ ହେଉଥିଲେ । ସେହିଭଳି ବିଜୁଳିଜନିତ ତ୍ରୁଟି ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁନରୁଦ୍ଧାର କାର୍ଯ୍ୟରେ ଅନାବଶ୍ୟକ ବିଳମ୍ୱ ହେଉଥିଲା ।ସଂପ୍ରତି ଚଚା ସବଷ୍ଟେସନ କାର୍ଯ୍ୟକ୍ଷମ ହେବା ସହ ସମଗ୍ର ବିଜୁଳି ନେଟଓ୍ୱର୍କକୁ ୪ଟି ଉତ୍ସର୍ଗୀକୃତ ୧୧ କେଭି ଫିଡରରେ ବିଭକ୍ତ କରାଯାଇଛି, ସେଗୁଡ଼ିକ ହେଉଛି- ଇଚ୍ଛାପୁର, ପାଲିଆ, ବଡ଼ଟେମେରା ଓ ଚଚା । ଯାହାଫଳରେ ଲୋଡ୍ ପରିଚାଳନାଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପର୍ଯ୍ୟନ୍ତ ସବୁ ସମୟରେ ଭରସାଯୋଗ୍ୟ ବିଜୁଳି ଯୋଗାଣ ସମ୍ଭବପର ହୋଇପାରିଛି । ଗ୍ରାମୀଣ ଉପଭୋକ୍ତାଙ୍କୁ ଏକ ଶକ୍ତିଶାଳୀ ବିଜୁଳି ନେଟଓ୍ୱର୍କ ମିଳିବା ଫଳରେ କୃଷି ଓ ବ୍ୟବସାୟ କ୍ଷେତ୍ର ଅଧିକ ମଜଭୁତ ହୋଇପାରୁଛି । ବିଶେଷ ଭାବେ ଚାଷ ଜମିକୁ ଜଳସେଚନ ଓ ଛୋଟ ଉଦ୍ୟୋଗକୁ ଉନ୍ନତମାନର ବିଜୁଳି ଯୋଗାଣ କ୍ଷେତ୍ରରେ ଏହି ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପାଦନ କରୁଛି । ଯାହା ଫଳରେ ସମଗ୍ର ଅଞ୍ଚଳରେ ଆର୍ଥନୈତିକ ପ୍ରଗତିର ରାସ୍ତା ଖୋଲିଛି ।ଏହି ଅବସରରେ ଟିପିଏସଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, “ନବରଙ୍ଗପୁର ଜିଲ୍ଲାର ଗ୍ରାମୀଣ ବିଦ୍ୟୁତ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଚଚା ପ୍ରାଥମିକ ସବଷ୍ଟେସନ କାର୍ଯ୍ୟକ୍ଷମ ହେବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଫିଡରର ଦୈର୍ଘ୍ୟ ହ୍ରାସ କରି ଏବଂ ଉତ୍ସର୍ଗୀକୃତ ବିତରଣ ଲାଇନ ସୃଷ୍ଟି କରି ଆମେ ଉନ୍ନତ ଭୋଲଟେଜ ଗୁଣବତ୍ତା, ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ଏବଂ ଗ୍ରାହକଙ୍କ ପାଇଁ ଶୀଘ୍ର ପୁନରୁଦ୍ଧାର ସେବା ସୁନିଶ୍ଚିତ କରୁଛୁ । ଏହି ଅଞ୍ଚଳର କୃଷି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହ ପ୍ରତ୍ୟେକ ଗ୍ରାହକଙ୍କୁ ନିର୍ଭରଯୋଗ୍ୟ ଏବଂ ଗୁଣାତ୍ମକ ବିଦ୍ୟୁତ ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ ପ୍ରତିଶ୍ରୁତିବଦ୍ଧ ।”ଗ୍ରାମାଞ୍ଚଳ ତଥା ଛୋଟ ସହରରେ ଭିତ୍ତିଭୂମି ବିକାଶ ସହ ଗୁଣାତ୍ମକ ସେବା ପ୍ରଦାନ ପୂର୍ବକ ଟିପିଏସ୍ଓଡିଏଲ୍ ବିଜୁଳି ନେଟଓ୍ୱର୍କର ଆଧୁନିକୀକରଣ ଦିଗରେ ଧ୍ୟାନ କେନ୍ଦ୍ରୀଭୂତ କରିଛି ।