ଖଞ୍ଜାଗୁଡା ଠାରେ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚଳନା ର କ୍ଷେତ୍ର ଦିବସ ପାଳିତ
ଚକାପାଦ :-୧୫/୪ (ରିପୋର୍ଟ କୁନା ଦିଗାଲ ) ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କୃଷି ବିଭାଗ କନ୍ଧମାଳ ମିଳିତ ସହଯୋଗରେ ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ପଞ୍ଚାୟତ ଖଞାଗୁଡା ଠାରେ କୃଷି ଭିତିକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏ ବର୍ଷ ଟି କୁ ଆର୍ନ୍ତଜାତୀୟ ମହିଳା କୃଷକ ବର୍ଷ ଭାବେ ପାଳନ କରାଯାଉଥିବାରୁ ଏହି କାର୍ଯ୍ୟକ୍ରମ ରେ କୃଷି କ୍ଷେତ୍ରରେ ମହିଳା ମାନଙ୍କର ଭୂମିକା କୁ ଗୁରୁତ୍ୱ ଦିଆଯାଇଛି । କାର୍ଯ୍ୟକ୍ରମ ରେ ଚକାପାଦ ବ୍ଲକ୍ ସହକାରୀ କୃଷି ଅଧିକାରୀ ଶିବାନୀ ପ୍ରଧାନ, ବ୍ଲକ୍ ବୈଷୟିକ ପରିଚାଳକ ରାଧାରମଣ ଶର୍ମା ,ପଞ୍ଚାୟତ କୃଷି ପରିଦର୍ଶକ ଶତୃଘନ ମହାକୁଡ, ବ୍ରାହ୍ମଣପାଦ ସରପଞ୍ଚ ରଶ୍ମିତା ମଲ୍ଲିକ ଓ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ରିତା କହଁର ଯୋଗ ଦେଇ ବିଭିନ୍ନ ଚାଷ କାର୍ଯ୍ୟ ରେ ମହିଳା ମାନଙ୍କ ଅବଦାନ କୁ ବଖାଣିବା ସହିତ ଧାନ କାଟିବା ପୂର୍ବରୁ ବା ଧାନ କାଟିବା ପରେ କିପରି ବିଭିନ୍ନ ଡାଲି ଜାତୀୟ ଫସଲ ଅମଳ କରି ହେବ ତାହା ଉପରେ ଉପସ୍ଥାପନା କରିଥିଲେ ଏବଂ ଜମିର ଉର୍ବରତା ବଢାଇବାକୁ ହେଲେ ଧନିଚା ଚାଷ ଜରୁରି ବୋଲି କହିଥିଲେ । ସାଧାରଣ ରେ ଯଦି ଦେଖାଯାଏ କନ୍ଧମାଳ ଜିଲ୍ଲାରେ କୃଷି କ୍ଷେତ୍ରରେ ମହିଳା ମାନଙ୍କର ଦାୟିତ୍ୱ ଯଥେଷ୍ଟ ଅଧିକ । ଅନୁଷ୍ଠାନର ସମ୍ପାଦକ ହରିଶଙ୍କର ରାଉତ ଉପସ୍ଥିତ ରହି ବର୍ତମାନ ସମୟକୁ ଖାପଖୁଆଇ କିପରି ଜଣେ ଚାଷୀ ଆଗକୁ ବଢିବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି ଏବଂ ଯୁବପିଢି ମାନେ ଏଥିପ୍ରତି ସଜାଗ ନହେଲେ ଆଗାମି ଦିନରେ କୃଷୀ କ୍ଷେତ୍ରରେ ଘୋର ସଙ୍କଟ ଦେଖାଦେବ ବୋଲି କହିଥିଲେ । ଏହା ପରେ ବ୍ରାହ୍ମଣପାଦ ସରପଞ୍ଚ ଆଗାମି ଦିନରେ କିପରି ଅଧିକ ଚାଷୀ ଏହି ଡାଲି ଜାତୀୟ ଫସଲ, ମଟର ଓ ବିରି ଚାଷ କରିବେ ସେ ବିଷୟରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଏ ବର୍ଷଟି ମହିଳା କୃଷକ ମାନଙ୍କ ପାଇଁ ଉତ୍ସର୍ଗିକୃତ ଥିବାରୁ ମହିଳା ମାନେ ମଧ୍ୟ ଏଥି ପ୍ରତି ଯତ୍ନବାନ ହେବାକୁ ପଡିବ ବୋଲି ତାଲିମ ରେ ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ବିଶ୍ୱରଞନ କର ପରିଚାଳନା କରିଥିବା ବେଳେ କୃଷକ ସାଥୀ ଭିମସେନ ମଲ୍ଲିକ ସହଯୋଗ କରିଥିଲେ ।
