ଗଞ୍ଜାମ ଜିଲ୍ଲା ଧରାକୋଟ ଯାହାଡା ରେ ଦଣ୍ଡକାଳି ମନ୍ଦିର ପ୍ରତିଷ୍ଠା l.

ଗଞ୍ଜାମ ଜିଲ୍ଲା ଧରାକୋଟ ଯାହାଡା ରେ ଦଣ୍ଡକାଳି ମନ୍ଦିର ପ୍ରତିଷ୍ଠା l.

ଗଞ୍ଜାମ ଜିଲ୍ଲା ଧରାକୋଟ ଯାହାଡା ରେ ଦଣ୍ଡକାଳି ମନ୍ଦିର ପ୍ରତିଷ୍ଠା l.

ଆସିକା:( ୪/୫/୨୬) (ଗଣେଶ କୁମାର ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ବ୍ଲକ ଜାହାଡା ଗ୍ରାମରେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ର ଉତ୍ତର ବାଙ୍କରେ ମା ଦଣ୍ଡକାଳି ମହାମାୟୀ ଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦୀର୍ଘ ଏକ ସପ୍ତାହଧରି ଚାଲିଥିବା ବେଳେ ସୋମବାର ଏହାର ପୂର୍ଣ୍ଣାହୁତି ହୋଇଯାଇଛି । ଏହି ଅବସରରେ ନାମଯଜ୍ଞ, ଘୃତଯଜ୍ଞ, ଗୋ ଯଜ୍ଞ, ଜ୍ଞାନଯଜ୍ଞ,ଅର୍ଣ୍ଣଯଜ୍ଞ, ସୂର୍ଯ୍ୟ ପୂଜା, ସଲା ପୂଜା ,ଅଧିବାସ, ହୋମ,ଦେବୀ ପ୍ରତିଷ୍ଠା,ନଗର ଭ୍ରମଣ ପରେ ଦେବୀଙ୍କ ମନ୍ଦିର ପ୍ରବେଶ ହୋଇଥିଲା । ଏହି ଅବସରରେ ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟରେ ଯୋଗଦେଇଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ