ମିଲେଟ୍ ଚାଷ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍୫୦୦ ମହିଳା ଚାଷୀଙ୍କୁ ଜୀବିକା, ୮୯ ଲକ୍ଷ ଟଙ୍କାର ବ୍ୟବସାୟ
ବ୍ରହ୍ମପୁର: ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ସହ ଜନଜାତି ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ମିଲେଟ୍ ଚାଷକୁ ପ୍ରୋତ୍ସାହନ ଦେଉଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)। କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଲକ୍ର ୧୩ଟି ଗ୍ରାମରେ କମ୍ପାନୀର ଏହି ପଦକ୍ଷେପ ଗ୍ରାମାଞ୍ଚଳରେ ନୂଆ ଆର୍ଥିକ ସମ୍ଭାବନା ସୃଷ୍ଟି କରିଛି।ଟିପିଏସ୍ଓଡିଏଲ୍ ଓ ଏହାର ସହଯୋଗୀ ସଂସ୍ଥା ‘ପ୍ରଗତି’ ମାଧ୍ୟମରେ ପ୍ରାୟ ୫୦୦ ମହିଳା ଚାଷୀଙ୍କୁ ଜୈବିକ ଓ ଉନ୍ନତ କୃଷି ପ୍ରଣାଳୀରେ ପ୍ରଶିକ୍ଷଣ ଦେଇ ୨୫୦ ଏକର ଜମିରେ ମିଲେଟ୍ ଚାଷ କରାଯାଇଛି। ମାଣ୍ଡିଆ ବିଆ, ପ୍ରାକୃତିକ ସାର, କୃଷି ଯନ୍ତ୍ରପାତି ଏବଂ କମ୍ପୋଷ୍ଟ ପ୍ରସ୍ତୁତି ପାଇଁ ଆବଶ୍ୟକ ତାଲିମ ମଧ୍ୟ ଦିଆଯାଇଛି।ଏହି ପଦକ୍ଷେପର ଫଳସ୍ୱରୂପ ଉତ୍ପାଦନରେ ଲକ୍ଷଣୀୟ ବୃଦ୍ଧି ହୋଇଛି। ପୂର୍ବରୁ ପ୍ରତି ଏକରରେ ୪ କ୍ୱିଣ୍ଟାଲ୍ ଅମଳ ହେଉଥିବା ବେଳେ ବର୍ତ୍ତମାନ ଏହା ୯ କ୍ୱିଣ୍ଟାଲ୍ରୁ ଅଧିକ ହୋଇଛି। ସମୁଦାୟ ୩,୦୬୭ କ୍ୱିଣ୍ଟାଲ୍ ମିଲେଟ୍ ଉତ୍ପାଦନ ହୋଇଛି।୫୦୦ ମହିଳାଙ୍କ ମଧ୍ୟରୁ ୧୩୧ ଜଣ ଚାଷୀ ସରକାରୀ ମଣ୍ଡିରେ ସର୍ବନିମ୍ନ ସହାୟକ ମୂଲ୍ୟ (MSP)ରେ ମାଣ୍ଡିଆ ବିକ୍ରି କରି ୮୯ ଲକ୍ଷ ଟଙ୍କାରୁ ଅଧିକ ଆୟ କରିଛନ୍ତି। ଏହା ଫଳରେ ବିନା ମଧ୍ୟସ୍ଥିରେ ସିଧାସଳଖ ଲାଭ ଚାଷୀଙ୍କ ପାଖକୁ ପହଞ୍ଚିପାରିଛି।ସ୍ଥାୟୀ ବିକାଶ ଓ ବଜାର ସୁବିଧା ନିଶ୍ଚିତ କରିବା ପାଇଁ ୨୫୨ ଜଣ ମହିଳାଙ୍କୁ ଜୈବିକ ଶ୍ରୀ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ର ଅଂଶୀଦାର କରାଯାଇଛି। ସେଥିପାଇଁ ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ସହ ଡିହସ୍କିଂ, ଗ୍ରାଇଣ୍ଡିଂ ଓ ପ୍ୟାକେଜିଂ ମେସିନ୍ର ବ୍ୟବସ୍ଥା କରାଯାଇଛି।ଟିପିଏସ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, “ଆମର ଲକ୍ଷ୍ୟ କେବଳ ବିଦ୍ୟୁତ୍ ଯୋଗାଣ ନୁହେଁ, ବରଂ ସମୁଦାୟର ସାମାଜିକ ଓ ଆର୍ଥିକ ସଶକ୍ତିକରଣ। ମହିଳା ଚାଷୀଙ୍କୁ ସଠିକ ସୁଯୋଗ ଓ ଉପକରଣ ମିଳିଲେ ସେମାନଙ୍କ ପରିବାର ଓ ଗ୍ରାମୀଣ ଅର୍ଥନୀତି ଉଭୟ ସୁଦୃଢ ହୋଇଥାଏ।
”ଜାତୀୟ ସ୍ତରରେ ଶ୍ରୀଅନ୍ନ ପ୍ରଚାର ଅଭିଯାନ ସହ ସମନ୍ୱୟ ରଖି ଟିପିଏସ୍ଓଡିଏଲ୍ର ଏହି ପଦକ୍ଷେପ ମହିଳା ନେତୃତ୍ୱରେ ଗ୍ରାମୀଣ ବିକାଶର ଏକ ସଫଳ ଉଦାହରଣ ଭାବେ ଉଭୃତ
