ମହେନ୍ଦ୍ର ମେଳା ପ୍ରତିବାଦରେ ଧାରଣା, ବିଶ୍ଵାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଆନ୍ଦୋଳନ ।

ମହେନ୍ଦ୍ର ମେଳା ପ୍ରତିବାଦରେ ଧାରଣା, ବିଶ୍ଵାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଆନ୍ଦୋଳନ ।

ମହେନ୍ଦ୍ର ମେଳା ପ୍ରତିବାଦରେ ଧାରଣା, ବିଶ୍ଵାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଆନ୍ଦୋଳନ ।ଗଜପତି,୧୪.୫(ମନୋଜ ପାଢ଼ୀ)-: ମହେନ୍ଦ୍ରଗିରିରେ ଆୟୋଜିତ ହେଉଥିବା “ମହେନ୍ଦ୍ର ମେଳା”କୁ ବିରୋଧ କରି ବିଶ୍ଵାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ବୁଧବାର ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ମହେନ୍ଦ୍ରଗିରିରେ ଆୟୋଜିତ ହେଉଥିବା “ମହେନ୍ଦ୍ର ମେଳା”କୁ ବିରୋଧ କରି ବିଶ୍ଵାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ବୁଧବାର ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଆଦିବାସୀ ଶବର ସମାଜର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଅବମାନନା କରି ମେଳା ଆୟୋଜନ କରାଯାଉଥିବା ଅଭିଯୋଗ କରି ମଞ୍ଚ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଥିଲା।ପ୍ରତିବାଦ ଜାରି ରହିବପ୍ରତିବାଦକାରୀମାନେ କହିଥିଲେ ଯେ, ମହେନ୍ଦ୍ରଗିରି ପର୍ବତ ଶବର ସମ୍ପ୍ରଦାୟର ଆସ୍ଥା ଓ ପରମ୍ପରା ସହ ଜଡିତ ଥିବାବେଳେ ସେଠାରେ ବ୍ୟବସାୟିକ ମେଳା ଆୟୋଜନ କରାଯିବା ତାଙ୍କ ଭାବନାକୁ ଆଘାତ କରୁଛି। ମେଳା ନାମରେ ପାରମ୍ପରିକ ଐତିହ୍ୟକୁ ବିକୃତ କରାଯାଉଥିବା ଏବଂ ପରିବେଶ ନଷ୍ଟ ହେଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଧାରଣା ସ୍ଥଳରେ ମଞ୍ଚର କର୍ମକର୍ତ୍ତାମାନେ ସରକାରଙ୍କୁ ତୁରନ୍ତ ମହେନ୍ଦ୍ର ମେଳା ବନ୍ଦ କରିବା ସହ ମହେନ୍ଦ୍ରଗିରିର ଐତିହ୍ୟ ଓ ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଦାବି ପୂରଣ ନହେବ ପର୍ଯ୍ଯନ୍ତ ପ୍ରତିବାଦ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।