ଗଜପତିର ବିକାଶ ପାଇଁ ଏବେ ଦିଲ୍ଲୀ ଦରବାରରେ ସ୍ୱର ଉଠାଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଗଜପତିର ବିକାଶ ପାଇଁ ଏବେ ଦିଲ୍ଲୀ ଦରବାରରେ ସ୍ୱର ଉଠାଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଗଜପତିର ବିକାଶ ପାଇଁ ଏବେ ଦିଲ୍ଲୀ ଦରବାରରେ ସ୍ୱର ଉଠାଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।ଗଜପତି(ମନୋଜ ପାଢ଼ୀ)-: ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା ଗଜପତିର ବିକାଶ ପାଇଁ ଏବେ ଦିଲ୍ଲୀ ଦରବାରରେ ସ୍ୱର ଉଠାଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ନୂଆଦିଲ୍ଲୀରେ ଆଜି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁଙ୍କୁ ସାକ୍ଷାତ କରି ଜିଲ୍ଲାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ସୂଚନା ଅନୁସାରେ, ଗଜପତି ହେଉଛି ଓଡ଼ିଶାର ଏକମାତ୍ର ସରକାରୀ ଭାବେ ଅଧିସୂଚିତ ‘ସଂଖ୍ୟାଲଘୁ ସାନ୍ଦ୍ରତା ଜିଲ୍ଲା’। ଏହି ବୈଠକ ସମୟରେ ଡକ୍ଟର ପାତ୍ର ମୁଖ୍ୟତଃ ତିନୋଟି ବଡ଼ ଦାବି ଉପରେ ଗୁରୁତ୍ୱ ଦେଇଛନ୍ତି: ପ୍ରଥମ ଦାବି ହେଉଛି ଗଜପତି ଜିଲ୍ଲାରେ ଗୋଟିଏ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିବା। ଦ୍ୱିତୀୟ ଦାବି ଯାହା ରହିଛି ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ ବା PMJVK ଅଧୀନରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଅଧିକ ସହାୟତା ପ୍ରଦାନ ଏବଂ ତୃତୀୟ ଦାବି ହେଉଛି ସଂଖ୍ୟାଲଘୁ ବାଳିକାମାନଙ୍କ ପାଇଁ ଅଧିକ ଆବାସିକ ସୁବିଧା ଓ ସାମୁଦାୟିକ ଭିତ୍ତିଭୂମିର ଉନ୍ନତି । ୟେ ଥିଲା ମୁଖ୍ୟ ତିନୋଟି ଦାବି ।ତେବେ ଜିଲ୍ଲାର ଆଦିବାସୀ ଓ ସଂଖ୍ୟାଲଘୁ ବର୍ଗଙ୍କ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ସସ୍ମିତ ପାତ୍ର ରଖିଥିବା ଏହି ପ୍ରସ୍ତାବଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ଧୈର୍ଯ୍ୟର ସହ ଶୁଣିବା ସହ ଶୀଘ୍ର ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଛନ୍ତି।