ଜ଼ିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଅନୁସୟା ଙ୍କ ନେତୃତ୍ୱ ରେ ବିରାଟ ମହିଳା ସଭାଯାତ୍ର ଅନୁଷ୍ଠିତ ହେବ

ଜ଼ିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଅନୁସୟା ଙ୍କ ନେତୃତ୍ୱ ରେ ବିରାଟ ମହିଳା ସଭାଯାତ୍ର ଅନୁଷ୍ଠିତ ହେବ

ଜ଼ିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଅନୁସୟା ଙ୍କ ନେତୃତ୍ୱ ରେ ବିରାଟ ମହିଳା ସଭାଯାତ୍ର ଅନୁଷ୍ଠିତ ହେବ

ରାୟଗଡ( info media) ମାଟି, ମା’ ଓ ମହିଳାଙ୍କ ସମ୍ମାନ ପାଇଁ ରାୟଗଡ ଜ଼ିଲ୍ଲା ବିଜେଡି ପକ୍ଷରୁ ଏକ ବିଶାଳ ସଭାଯାତ୍ରା ଆସନ୍ତା ୧୪/୦୫/୨୦୨୬ (ଗୁରୁବାର) ସକାଳ ୯ ଘଟିକା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି l ସୂଚନା ଯୋଗ୍ୟଯେ ବିଜୁ ଜନତା ଦଳ ଓଡିଶା ର ସଭାପତି ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଏବଂ ବିଜେଡି ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଙ୍କ ନେତୃତ୍ୱରେ, ରାୟଗଡ଼ା ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ଅନୁସୟା ମାଝି ଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ସଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଜ଼ିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅନୁସୟା ମାଝୀ ସୂଚନା ଦେଇଛନ୍ତି l ସେ ପୁଣି କହିଛନ୍ତି ଜେ ଏହି କାର୍ଯ୍ୟକ୍ରମ ରାୟଗଡ଼ା ସହରର ଗଜପତି ଛକ ରୁ ଆରମ୍ଭ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ସଭାଯାତ୍ରା ପହଂଚିବ ଓ ବର୍ତ୍ତମାନର ବିଜେପି ସରକାର ଙ୍କ ଡବଲ ଇଂଜିନ ସରକାର ଙ୍କ ଶାସନରେ ବଢ଼ୁଥିବା ମହିଳା ହତ୍ୟା, ମହିଳା ନିର୍ଯାତନା ଓ ଜନବିରୋଧୀ ନୀତି ବିରୋଧରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବିଜୁବାବୁ ଓ ନବୀନଙ୍କ ଆଦର୍ଶକୁ ଆଗେଇ ନେବା ପାଇଁ, ସମସ୍ତ ବିଜେଡି କର୍ମୀ, ମହିଳା ସଂଗଠନ ଓ ଜନସାଧାରଣଙ୍କୁ ଏହି ସଭା ଯାତ୍ରାରେ ସାମିଲ ହୋଇ ଏକତାର ପରିଚୟ ଦେବାସହିତ ମା ମାଟି ଓ ମହିଳା କୁ ସମ୍ମାନ ଦେବା ନିମନ୍ତେ ଜ଼ିଲ୍ଲା ସଭାପତି ସାରକା ଓ ମହିଳା ସଭାନେତ୍ରୀ ଅନୁସୟା ମାଝୀ ନିବେଦନ କରିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ