ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ର ଏକାଦଶ ଦିନରେ ଦୁଇଟି ରକ୍ତ ଦାନ ଶିବିର ରୁ #୬୧ୟୁନିଟ ରକ୍ତ ସଂଗୃହୀତ…

ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ର ଏକାଦଶ ଦିନରେ ଦୁଇଟି ରକ୍ତ ଦାନ ଶିବିର ରୁ #୬୧ୟୁନିଟ ରକ୍ତ ସଂଗୃହୀତ...

ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ର ଏକାଦଶ ଦିନରେ ଦୁଇଟି ରକ୍ତ ଦାନ ଶିବିର ରୁ #୬୧ୟୁନିଟ ରକ୍ତ ସଂଗୃହୀତ…

ବରଗଡ-(ଭବାନୀ ଶଙ୍କର ପାଢ଼ୀ) ତା-୧୧-୦୫-୨୦୨୬ରିଖ (ସୋମ ବାର)ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜି ଙ୍କ ଜନ୍ମ ଦିନ ଅବସରରେ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ତେର ଦିନିଆଁ ରକ୍ତ ଦାନ ଶିବିର ର ଆଜି ଏକାଦଶ ଦିନରେ ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ସମୟରେ ପ୍ରଥମ ରକ୍ତ ଦାନ ଶିବିର ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ର ନୂଆଁଗଡ଼ ସାହୁ ବ୍ରିକ୍ସ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ବରେଣ୍ୟ ଅତିଥି ଭାବରେ ସାହୁ ବ୍ରିକ୍ସ ର ମାଲିକ ବଟ କୃଷ୍ଣ ସାହୁ ଓ ଆର୍ଟ ଅଫ ଲିଭିଙ୍ଗ ଆପେକ୍ସ ସଦସ୍ୟ ତଥା ନିଷ୍ଠା ପରିବାର ର ଉପ ସଭାପତି ଶ୍ରୀ କ୍ଷିରୋଦ୍ର ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ବରଗଡ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୩୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଠିକ ସେହି ପରି ସନ୍ଧ୍ୟା ସମୟରେ ଦ୍ୱିତୀୟ ରକ୍ତ ଦାନ ଶିବିର  ବରଗଡ଼ ବ୍ଲକ ଅନ୍ତର୍ଗତ ଗୁଡେଶିରା ସ୍ଥିତ ସାଉନ୍ତ ପୁର ଠାରେ ଥିବା ଗୌରୀ ଶଙ୍କର ଷ୍ଟିଲ ଠାରେ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ପରିବାର ତରଫ ରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ବରେଣ୍ୟ ଅତିଥି ଭାବରେ ଗୌରୀ ଶଙ୍କର ଷ୍ଟିଲ ର ମାଲିକ କମଲ ଅଗ୍ରୱାଲ ଓ କପିଲ ଅଗ୍ରୱାଲ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୨୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ସର୍ବମୋଟ ୬୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଉଭୟ ଶିବିର କୁ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।