ଆର.ଉଦୟଗିରି ବ୍ଲକରେ ଚାଲିଛି ବାବୁରାଜ ଶାସନ,ରବର ଷ୍ଟାମ୍ପ ସାଜିଛନ୍ତି ଲୋକ ପ୍ରତିନିଧି ।ଆର.ଉଦୟଗିରି(ମନୋଜ ପାଢ଼ୀ)ଗଜପତି ଜିଲ୍ଲାରଆର.ଉଦୟଗିରି ବ୍ଲକ ଏଠାରେ ନାମକୁ ମାତ୍ର ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସନ୍ତି ଜନ ପ୍ରତିନିଧି।କାରଣ ଏଠାରେ ପ୍ରକୃତ ଶାସନ ରହୁଛି ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ହାତରେ। ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି ଯେ ଗୋଷ୍ଟି ଉନ୍ନୟନ ଅଧିକାରୀ ଗତ ବିଜେଡି ସରକାରରେ ଗେଲ୍ହା ପୁଅ ଥିଲେ ଏହି ବିଜେପି ସରକାରରେ ମଧ୍ୟ ଗେଲ୍ହା ପୁଅ ଵନିଯାଇଛନ୍ତି।ବିଭିନ୍ନ ସମୟରେ ଏହି ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,୫-ଟି ଓ ମନରେଗା ଯୋଜନାର ଆର୍ଥିକ ହେରଫେର ବିଷୟରେ ଅଭିଯୋଗ ବହୁବାର ହୋଇ ଆସୁଛି କିନ୍ତୁ ସେ କି ମନ୍ତ୍ର ଜାଣିଛନ୍ତି ଯେ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ତ ହେଉନି ଓ ବଦଳି ତାଲିକାରେ ମଧ୍ୟ ଏହି ଅଧିକାରୀଙ୍କ ନାମ ଆସୁନାହିଁ। ତେଣୁ ସେ ଏହି ବ୍ଲକରେ ବର୍ଷ ବର୍ଷ ଧରି ନିଜର ପତିଆରା ବଜାୟ ରଖି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଦୁର୍ନୀତିର ସାମ୍ରାଜ୍ୟ ବିସ୍ତାର କରିଚାଲିଥିବା ଅଭିଯୋଗ ଗୁଡିକ ଶୁଣିବାକୁ ମିଳୁଛି।ସେହିପରି ରା.ଉଦୟଗିରି ବ୍ଲକର ତହସିଲଦାର,ଯନ୍ତ୍ରୀ ଓ କର୍ମଚାରୀ ମାନେ ୭ ରୁ ୧୫ ବର୍ଷ ପର୍ଯ୍ୟନ୍ତ ରହିଆସୁଛନ୍ତି କିନ୍ତୁ ଏମାନଙ୍କୁ ବଦଳି କରାଯାଉନାହିଁ। ଯାହାର ସୁଯୋଗ ନେଇଆର.ଉଦୟଗିରି ବ୍ଲକ ଗଢି ଉଠିଛି ସରକାରୀ ବାବୁ ମାନଙ୍କ ଦୁର୍ନୀତିର ଗଠବନ୍ଧନ।ତେଣୁ ଏମାନେ ବଦଳି ହେବାର ନା ଧରୁନାହାଁନ୍ତି।ଏହି ବାବୁ ମାନଙ୍କ ନାମରେ ଅନେକ ଥର ନାମୀ ଦାମୀ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି ଦୁର୍ନୀତିକୁ ନେଇ ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।ଏହି ସମସ୍ୟାର ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ତଦନ୍ତ ଓ ତୁରନ୍ତ ବଦଳି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।ନିର୍ବାଚନ ପୁର୍ବରୁ ବିଜେପି ଦଳର କେତେକ କର୍ମୀ ମାନେ କହୁଥିଲେ ବ୍ଲକ ଅଧିକାରୀ ଓ କର୍ମଚାରୀ ମାନେ ବହୁ ବର୍ଷଧରି ଗାଦି ମାଡ଼ି ବସିଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବଦଳି କରାଯିବ।କିନ୍ତୁ ସରକାର ଗଠନ ହେବାର ଦୁଇ ବର୍ଷ ହେଲାଣି ସରକାରୀ ବାବୁ ମାନଙ୍କ ବର୍ତ୍ତମାନ ସୁଦ୍ଧା ବଦଳି ହୋଇପାରୁନି।ସରକାର ଘୋଷଣା କରିଛନ୍ତି କିରାଣୀ ଠାରୁ ଅଧିକାରୀ ମାନେ ଗୋଟିଏ ସ୍ଥାନରେ ତିନି ବର୍ଷରୁ ଅଧିକା ସମୟ ରହିପାରିବେ ନାହିଁ। ତେଣୁ ଆର.ଉଦୟଗିରି ବ୍ଲକ ଅଞ୍ଚଳ ରେ ଅଧିକା ବର୍ଷ ଧରି ଥିବା ଅଧିକାରୀ ମାନଙ୍କୁ ବଦଳି କଲେ ବାଧ୍ୟରେ ଦୁର୍ନୀତି କମିବ ବୋଲି ଆଲୋଚନା ହେଉଛି।
ଆର.ଉଦୟଗିରି ବ୍ଲକରେ ଚାଲିଛି ବାବୁରାଜ ଶାସନ,ରବର ଷ୍ଟାମ୍ପ ସାଜିଛନ୍ତି ଲୋକ ପ୍ରତିନିଧି ।
