ରେମଣ୍ଡା କଂଗ୍ରେସ ପରିବାର ତରଫରୁ ପୂର୍ବତନ କଂଗ୍ରେସ ନେତା ଗୋପିକୃଷ୍ନ ରଥ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ବରଗଡ ୧୦,୫-ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ବୀରସୁରେନ୍ଦ୍ର ସାଏ କ୍ଳବ ପ୍ରାଂଗଣ ଠାରେ ଭେଡେନ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ତଥା ଭେଡେନ ର ଦୁଇ ଥର ସରପଞ୍ଚ ସ୍ଵର୍ଗତ ଗୋପିକୃଷ୍ନ ରଥ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହାକୁ ସଂଯୋଜନା କରିଥିଲେ ସଞ୍ଜୟ ନନ୍ଦ। ଏଥିରେ ସଭାପତିତ୍ବ କରିଥିଲେ, ପୂର୍ବତନ ଭେଡେନ ବ୍ଲକ କଂଗ୍ରେସ ସଭାପତିଗଣେଶ ପଧାନ। ପ୍ରଥମେ ସ୍ଵର୍ଗତ ଗୋପିକୃଷ୍ନ ରଥ ଙ୍କ ତୈଳଚିତ୍ର ନିକଟରେ ବରିଷ୍ଠ ଓ କନିଷ୍ଠ କଂଗ୍ରେସ କର୍ମି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ, ଧୂପଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ସ୍ଵର୍ଗତ ଗୋପିକୃଷ୍ନ ରଥ କର୍ମମୟ ଜୀବନୀ ଉପରେ ଆଲୋକ ପାତ କରିଥିଲେ। ବୀର ସୁରେନ୍ଦ୍ର ସାଏ କ୍ଲବ ର ସଭାପତି ଜାପାନୀ ସାହୁ, ଦୀଲିପ କୁମାର ଦାସ, ବିବେକାନନ୍ଦ ପ୍ରଧାନ, ରସିକ ପ୍ରଧାନ, ଚମାର ମେହେର, କଳାକାହ୍ନୁ ମଲ୍ଲିକ, ଠଗୁ ସାହୁ ।ଏଥିରେ କଂଗ୍ରେସ ପରିବାର ମାନ୍ୟଗଣ୍ୟ ବ୍ୟକ୍ତି ଓ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ପରିଶେଷରେ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
