ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ ।

ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ ।

ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ ।

ଗଜପତି,8.5(ମନୋଜ କୁମାର ପାଢୀ) ଆଜି ରା. ଉଦୟଗିରି ଠାରେ ମଣ୍ଡଳ ସ୍ତରୀୟ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଗତ ଦିନରେ କେନ୍ଦ୍ର ସରକାର ଯେଉଁ ମହିଳା ସୁରକ୍ଷା ଆଇନ ଆଣିବା ପାଇଁ ବିଲ ଆଣିଥିଲେ ସେହି ବିଲ କୁ ବିଜେଡି, କଂଗ୍ରେସ ତଥା ଇଣ୍ଡି ମେଣ୍ଟ ବିରୋଧ କରି ବିଲ ଟିକୁ ପାରିତ କରିବାରେ ବାଧା ସୃଷ୍ଟି କରିଥିଲେ ଯାହା ଫଳରେ କି ଦେଶର କୋଣ ଅନୁକୋଣର ମହିଳାମାନେ କ୍ଷୋଭ ପ୍ରକାଶ କରି ବିଭିନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରି ଆସୁଥିବା ବେଳେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭା ନେତ୍ରୀ ଅରୁଣିମା ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା ରା. ଉଦୟଗିରି କଲ୍ୟାଣ ମଣ୍ଡପ ଠାରୁ ଏକ ପଦଯାତ୍ରା ବାହାରି ନବୀନ ପଟନାୟକ, ରାହୁଲ ଗାନ୍ଧୀ ତଥା ଇଂଡିମେଣ୍ଟ ବିରୋଧରେ ନାରାବାଜି କରି ଥାନା ପର୍ଯ୍ୟନ୍ତ ପହଂଚିଥିଲେ ଏବଂ ସେଠାରେ ବିରୋଧୀ ଦଳ ନେତା ନବୀନ ପଟନାୟକ, ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ମଣ୍ଡଳ ସଭାପତି ତପନ ନାୟକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ସାଧାରଣ ସମ୍ପାଦକ ବନ୍ଦନ ପାଇକ,ମଣ୍ଡଳ ପ୍ରଭାରୀ ରିଙ୍କୁ ପଣ୍ଡା ସାଂସଦ ପ୍ରତିନିଧି ସଞ୍ଜୟ କୁମାର ପତି, ମୋହନା ସାଂସଦ ପ୍ରତିନିଧି ଜିତେନ୍ଦ୍ର ବେହେରା ସହଯୋଗ କରିଥିଲେ।