ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଝରପାରି ଗ୍ରାମରେ ଅବସ୍ଥିତ ମା କାଳୁଆ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ଉତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଧରାକୋଟ ରାଜମାତା ଉପସ୍ଥିତ ରହି ମା କାଳୁଆଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।ଏହି ଅବସରରେ ଗ୍ରାମବାସୀ ଓ ଭକ୍ତମାନଙ୍କର ବିଶାଳ ସମାଗମ ଦେଖିବାକୁ ମିଳିଥିଲା ଏବଂ ପୂଜା ପାଠ ସହିତ ଧାର୍ମିକ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା।ରିପୋର୍ଟ: ଗଣେଶ କୁମାର ପାଣିଗ୍ରାହୀ
ମା କାଳୁଆ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ଉତ୍ସବ
