ଜୟ ଶ୍ରୀରାମ ନାରାରେ କମ୍ପିଲା ରାୟଗଡ଼ା

ଜୟ ଶ୍ରୀରାମ ନାରାରେ କମ୍ପିଲା ରାୟଗଡ଼ା

ଜୟ ଶ୍ରୀରାମ ନାରାରେ କମ୍ପିଲା ରାୟଗଡ଼ା

ରାୟଗଡ଼ (info media): ରାମ ନବମୀ ପାଇଁ ଉତ୍ସବମୁଖର ହୋଇଥିଲା ରାୟଗଡ଼ା ସହର | ସହରର ବିଭିନ୍ନ ସଂଗଠନ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା । ଜୟ ଶ୍ରୀରାମ ଧ୍ଵନୀରେ ପ୍ରକମ୍ପିତ ହୋଇଥିଲା ସହର | ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପଦ୍ମନାଭ ଦାସଙ୍କ ନେତୃତ୍ବରେ ସହରର ସ୍ଥାନୀୟ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ କୋଦଣ୍ଡ ରାମ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରାୟଗଡ଼ା ମୁଖ୍ୟ ବଜାର, ପ୍ଲାଏ ଓଭର ବ୍ରିଜ ଦେଇ କପିଳାସ ଛକ, ଜ୍ୟୋତିମହଲ ଛକ ଦେଇ ଭେଙ୍କେଟେଶ୍ଵର ମନ୍ଦିର ଠାରେ ପହଞ୍ଚିଥିଲା। ସେଠାରେ ସମସ୍ତ ଶ୍ରଦ୍ଧାଳଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା I ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ତଥା ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ୟାଲ୍ଲା ଭେଙ୍କେଟେଶ୍ଵର ରାଓ (କୋଣ୍ଡାବାବୁ), ଉମେଶ ଖୋସଲା, ନାଗିରେଡି ରବି ସାମିଲ ଥିଲେ। ସେହିପରି ପି ଏଚଡି କଲୋନୀ ନିକଟରେ ଥିବା ଖିନ ଖିନା ପାହାଡ଼ରେ ଥିବା ଶ୍ରୀ ହନୁମାନ ମନ୍ଦିରଠାରୁ ଶ୍ରୀ ରାମ ଯୁବ ବଜରଙ୍ଗି ସଂଘ ପକ୍ଷରୁ ବିଶାଳ ହିନ୍ଦୁ ଶୋଭାଯାତ୍ରା ବଡ଼ ପଟୁଆରରେ ଡିଜେ, ହରିନାମ ସଙ୍କୀର୍ତ୍ତନ ମଣ୍ଡଳୀ, ପାରମ୍ପରିକ ଥଣ୍ଡା ସ ବାଜା ଏବଂ ଗେରୁଆ ରଙ୍ଗର ବଡ଼ ବଡ଼ବଜରଙ୍ଗି ପତାକା ଧରି ବଜରଙ୍ଗି ଭକ୍ତ ଓ ସ୍ଥାନୀୟ ଯୁବକ ଯୁବତୀ ଆବାଳ ବୃଦ୍ଧ ବନିତା ପଦଯାତ୍ରାରେ ସାମିଲ୍ ହୋଇଥିଲେ। ଆଜି ଚାରି ଗୋଟି ସଂଗଠନ ତରଫରୁ ପଦଯାତ୍ରା ଗୁଡ଼ିକ ମୁଖ୍ୟ ବଜାର, ଓଭର ବ୍ରିଜ ଦେଇ ବାହାରି ଥିଲେ | ସଂପୂର୍ଣ୍ଣ ଶୋଭାଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ରାୟଗଡ଼ା ସୁରକ୍ଷା ଟାଉନ ଥାନା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା। ସମସ୍ତ ପଦଯାତ୍ରା ଗୁଡ଼ିକ ଶାନ୍ତଶୃଙ୍ଖଳାର ସହ ସମାପ୍ତ ହୋଇଛି। ସାମିଲ୍ ଥୁବା ଜନ କିଛି ଜଳପାନ କରାଇବା ସାଧାରଣ ମାନଙ୍କୁ ଶୋଭାଯାତ୍ରାରେ ସଂଗଠନ ପାଇଁ ରାୟଗଡ଼ ସହର ବିଭିନ୍ନ ସେଚ୍ଛାସେବୀ ଠନ ଗୁଡ଼ିକ ପକ୍ଷରୁ ସ୍ଥାନେ ସ୍ଥାନେ ସରବତ ଏବଂ ଦହି ପଣା ବଣ୍ଟନ କରାଯାଇଥିବା ଦେଖ‌ିବାକୁ ମିଳିଥିଲା |ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ