ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ
ରାଜ୍ୟ ସରକାର ମନ୍ତ୍ରିମଣ୍ଡଳରେ ଦାୟିତ୍ୱ ବଣ୍ଟନରେ ପରିବର୍ତ୍ତନ କରିଛନ୍ତି। ଏହାଅନୁଯାୟୀ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ତାଙ୍କ ପାଖରେ ଥିବା ବିଭାଗ ସହ ଏବେ ଶିକ୍ଷା ବିଭାଗର କାର୍ଯ୍ୟ ମଧ୍ୟ ସେ ତଦାରଖ କରିବେ। ସରକାରଙ୍କ ପକ୍ଷରୁ ଏହି ସମ୍ପର୍କିତ ବିଜ୍ଞପ୍ତି ଜାରି କରାଯାଇଛି। ଶିକ୍ଷା କ୍ଷେତ୍ରରେ ଚାଲୁଥିବା ଯୋଜନା ଓ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଏହି ଦାୟିତ୍ୱ ବଣ୍ଟନ କରାଯାଇଥିବା କୁହାଯାଉଛି।
