ରାମନବମୀ ଅବସର ରେ ବିଭିନ୍ନ ରାମ ମନ୍ଦିର ଦର୍ଶନ କଲେ ବିଧାୟକ

ରାମନବମୀ ଅବସର ରେ ବିଭିନ୍ନ ରାମ ମନ୍ଦିର ଦର୍ଶନ କଲେ ବିଧାୟକ

ରାମନବମୀ ଅବସର ରେ ବିଭିନ୍ନ ରାମ ମନ୍ଦିର ଦର୍ଶନ କଲେ ବିଧାୟକ

ଗଜପତି,୨୭.୩(ମନୋଜ ପାଢ଼ୀ )-: ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାମନବମୀ ପାଳିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ପ୍ରଥମେ ଗୋଷାଣି ବ୍ଲକ ଅନ୍ତର୍ଗତ ବଡହଂସା ଗ୍ରାମ ରେ ଥିବା ରାମ ମନ୍ଦିର ବାର୍ଷିକ ଉତ୍ସବ ରେ ଯୋଗଦେଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଥିଲେ । ଶେଷ ରେ ଅନ୍ନପ୍ରସାଦରେ ଗ୍ରାମ ଲୋକ ଙ୍କ ସହ ସାମିଲ ହୋଇ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ପୂର୍ବତନ ସରପଞ୍ଚ ଏମ. କ୍ରିଷ୍ଣା ରାଓ, ବୃନ୍ଦାବନ ପାରିଗାଙ୍କ ସମେତ ଶତାଧିକ ଭକ୍ତ ଉପସ୍ଥିତ ଥିଲେ । ସେଇ ଭଳି ପାରଳାଖେମୁଣ୍ଡିର ବିଭିନ୍ନ ରାମ ମନ୍ଦିର ଯାଇ ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ କରି ଆଶିଷଭିକ୍ଷା କରି ଜନସମାଜର ମଙ୍ଗଳ କାମନା କରିଥିବାର ବିଧାୟକ କହିଛନ୍ତି ।