ଗଜପତି ପୋଲିସର ବଡ଼ ସଫଳତା….. 2 ହଜାର କିଲୋରୁ ଉର୍ଦ୍ଧ 2 କୋଟି ଟଙ୍କା ଉର୍ଦ୍ଧ ଗଞ୍ଜେଇ ଜବତ ।

ଗଜପତି ପୋଲିସର ବଡ଼ ସଫଳତା….. 2 ହଜାର କିଲୋରୁ ଉର୍ଦ୍ଧ 2 କୋଟି ଟଙ୍କା ଉର୍ଦ୍ଧ ଗଞ୍ଜେଇ ଜବତ ।

ଗଜପତି ପୋଲିସର ବଡ଼ ସଫଳତା….. 2 ହଜାର କିଲୋରୁ ଉର୍ଦ୍ଧ 2 କୋଟି ଟଙ୍କା ଉର୍ଦ୍ଧ ଗଞ୍ଜେଇ ଜବତ ।

ଗଜପତି, 3/5(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ପୋଲିସକୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଛି. ଜଙ୍ଗଲ ମଧ୍ୟରୁ 2 ହଜାର କିଲୋରୁ ଉର୍ଦ୍ଧ 2 କୋଟି ଟଙ୍କାରୁ ଉର୍ଦ୍ଧ ଚୋରା ଗଞ୍ଜେଇକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି. ଏହି ଜିଲ୍ଲାର ଅଡ଼ବା ଥାନା ଅନ୍ତର୍ଗତ ହାଇସ୍କୁଲ ନିକଟସ୍ଥ ଜଙ୍ଗଲରୁ ୨ କୋଟି ଟଙ୍କାର ଉର୍ଦ୍ଧ ଗଞ୍ଜେଇ ଜବତ କରିଛି ପୁଲିସ। ଜବତ ଗଞ୍ଜେଇର ପରିମାଣ ୨ଟନ୍‌ ହୋଇଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ରା. ଉଦୟଗିରି ଏସ୍‌ଡିପିଓ ରାକେଶ ସାହୁ ସୂଚନା ଦେଇଛନ୍ତି।ଗତ 3 ଦିନ ତଳେ ଏକ ବିଶେଷ ସୂତ୍ରରୁ ଗଜପତି ପୋଲିସ ନିକଟରେ ଖବର ପହଁଚିଲା ଯେ ବିପୁଳ ପରିମାଣର ଗଞ୍ଜେଇକୁ ଅନ୍ତରବା ଗାଁ ନିକଟସ୍ଥ ଜଙ୍ଗଲରେ ବିପୁଳ ମାଟି ତଳେ ଲୁଚାଇ ରଖାଯାଇଛି. ଏଥିନେଇ ରାକେଶ ସାହୁ ଏସ୍‌ଡିପିଓଙ୍କ ନେତୃତ୍ବରେ ଅଡ଼ବା ଓ ମୋହନା ଥାନା ପୁଲିସଟିମ ଚଢ଼ଉ କରିଥିଲେ । ଜଙ୍ଗଲରେ ଲୁଚା ଯାଇଥିବା ସ୍ଥାନରେ ମାଟି ଖୋଳି ଗଞ୍ଜେଇକୁ ବାହାର କରାଯାଇଥିଲା. ୮୦ ଗୋଟି ବସ୍ତାରେ ୨009 କିଲୋ ଗଞ୍ଜେଇ ଥିବା ଜଣା ପଡିଥିଲା. ଅଡ଼ବା ଥାନା ଅଧିକାରୀ ସନ୍ତୋଷ ବିଷୋୟୀ, ମୋହନା ଥାନା ଅଧୂକାରୀ ଓମ ନାରାୟଣ ପାତ୍ରଙ୍କ ସହ ପୋଲିସଟିମ ସାମିଲ ହୋଇଥିଲେ।