ମହେନ୍ଦ୍ରଗିରିର ପବିତ୍ରତାକୁ ବିନାଶ କରୁଥିବା ଷଡ଼ଯନ୍ତ୍ରକାରୀଙ୍କୁ ଦମନ ପାଇଁ ମହେନ୍ଦ୍ରଶିଖରରେ ମେଳି ।
ଗଜପତି, 7/3(ମନୋଜ ପାଢ଼ୀ):
ପୁରାଣପ୍ରସିଦ୍ଧ ଓ ପବିତ୍ର ଶୈବ ପୀଠ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଠାରେ ଗତ କିଛି ଦିନ ତଳେ ଦେଖାଦେଇଥିବା ବିବାଦର ସ୍ଥାୟୀ ସମାଧାନ ସହ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରି ଭଙ୍ଗାରୁଜା ଓ ଆକ୍ରମଣ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଅଞ୍ଚଳର ଶତାଧୂକ ଲୋକେ ଶୁକ୍ରବାର ମହେନ୍ଦ୍ରଗିରିରେ ଏକତ୍ର ହୋଇ ମେଳି କରିଥିବା ସୂଚନା ମିଳିଛି. ମହେନ୍ଦ୍ରଗିରି ଇକୋ
ଡେଭଲପମେଣ୍ଟ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଭାସ୍କର ତୀର୍ଥ (ଲକ୍ଷ୍ମୀ ବାବା), ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ରାଧାକୃଷ୍ଣ ଜାନି, ବିଶ୍ଵହିନ୍ଦୁ ପରିଷଦର ସଭାପତି ଗୌରାଙ୍ଗ ଗମାଙ୍ଗ, ଇକୋ ଡେଭେଲପମେଣ୍ଟ କମିଟିର ସଭାପତି ସନ୍ନ୍ୟାସୀ ଭୂୟାଁ, କମିଟିର କୋଷାଧକ୍ଷ ଭାସ୍କର ମଣ୍ଡଳ, ମହେନ୍ଦ୍ରଗିରି ଡେଭଲପମେଣ୍ଟ କମିଟି ଟ୍ରଷ୍ଟର ସମ୍ପାଦକ କାମଦେବ ବଡ଼ନାୟକ,
ଡେଭଲପମେଣ୍ଟ କମିଟି ଟ୍ରଷ୍ଟର ସଦସ୍ୟ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଭଗବତ ପାଇକ, ସିଦ୍ଧେଶ୍ଵର ମିଶ୍ର ଓ ବିଜେପି ନେତା ଗଣେଶ ମଣ୍ଡଳ ଉପସ୍ଥିତ ଥିଲେ। ମହେନ୍ଦ୍ରଗିରି ଏକ ପବିତ୍ର ସ୍ଥାନ | ଏହାର ପବିତ୍ରତା ରକ୍ଷା କରିବା ଏବଂ ଏଠାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଲୋକଙ୍କୁ ଉଚିତ ଜବାବ ଦିଆଯିବ ବୋଲି ମେଳିରେ ଉପସ୍ଥିତ ଥିବା ଅଞ୍ଚଳବାସୀ ଦାବି କରିଛନ୍ତି।
ମହେନ୍ଦ୍ରଗିରିରେ ବୈଠକ ପରେ ଉନ୍ନୟନ୍ କମିଟି ସଦସ୍ୟ ଏବଂ ଅଞ୍ଚଳବାସୀ ଶତାଧିକ ସଂଖ୍ୟାରେ ଉପସ୍ଥିତ ରହି ଗତକାଲି ଅପରାହ୍ନରେ ପାରଳାଖେମୁଣ୍ଡିକୁ ଯାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଜିଲ୍ଲାପାଳଙ୍କୁ ଭେଟି ମହେନ୍ଦ୍ରଗିରିରେ ବାରଘର ଗାଁ ଲୋକେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଏବଂ ତାହା ଯାହା ଅସହ୍ୟ ହେଲାଣି I ତେଣୁ ବିଶୃଙ୍ଖଳାକରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ର ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।
ମହେନ୍ଦ୍ରଗିରିର ପବିତ୍ରତାକୁ ବିନାଶ କରୁଥିବା ଷଡ଼ଯନ୍ତ୍ରକାରୀଙ୍କୁ ଦମନ ପାଇଁ ମହେନ୍ଦ୍ରଶିଖରରେ ମେଳି ।
