*ଅବସରପ୍ରାପ୍ତ କର୍ମଚାରୀଙ୍କ ଗଣଧାରଣାରେ ଗଜପତି ସଦସ୍ୟଙ୍କ ଯୋଗଦାନ ।
ଗଜପତି,(ମନୋଜ ପାଢ଼ୀ) :- ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ଆହ୍ୱାନକ୍ରମେ ଭୁବନେଶ୍ୱରଠାରେ ଚାଲିଥିବା ତିନିଦିନିଆ ଗଣଧାରଣାରେ ଗଜପତି ଜିଲ୍ଲାର ବହୁ ସଦସ୍ୟ ଯୋଗଦେଇ ନିଜ ନିଜର ମତାମତ ଓ ଦାବି ଉପସ୍ଥାପନ କରିଛନ୍ତି।ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଓ ନ୍ୟାୟସଙ୍ଗତ ଦାବି ସମ୍ପର୍କରେ ଗଣଧାରଣାସ୍ଥଳରେ ଆଲୋଚନା ହୋଇଥିଲା। ଗଜପତି ଜିଲ୍ଲାର ସଦସ୍ୟମାନେ ଏଥିରେ ସକ୍ରିୟ ଭାବେ ସାମିଲ ହୋଇ ଅବସରପ୍ରାପ୍ତ କର୍ମଚାରୀଙ୍କ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।ଏଥି ସହ ସରକାର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଦାବିଗୁଡ଼ିକୁ ସହାନୁଭୂତିର ସହ ବିଚାର କରି ଯଥାଶୀଘ୍ର ପୂରଣ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା। ଗଜପତି ଜିଲ୍ଲାର ସଦସ୍ୟମାନଙ୍କ ଏହି ଯୋଗଦାନ ଗଣଧାରଣାକୁ ଅଧିକ ସୁଦୃଢ଼ କରିଥିବା କୁହାଯାଇଛି। ଏହି ଗଣଧାରଣାର ଗଜପତି ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ଶ୍ରୀ ସୁରେଶ ବେହେରା, ଶ୍ରୀ ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
