ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ସାମ୍ୱାଦିକ ସମ୍ମିଳନୀ ଦ୍ୱାରା ଜନସାଧାରଣ ଙ୍କୁ ସଚେତନତା ବାର୍ତା

ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ସାମ୍ୱାଦିକ ସମ୍ମିଳନୀ ଦ୍ୱାରା ଜନସାଧାରଣ ଙ୍କୁ ସଚେତନତା ବାର୍ତା

ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ସାମ୍ୱାଦିକ ସମ୍ମିଳନୀ ଦ୍ୱାରା ଜନସାଧାରଣ ଙ୍କୁ ସଚେତନତା ବାର୍ତା

ରାୟଗଡ, (ଅମୁଲ୍ୟ ନିଶଙ୍କ ) : ଆପ୍ର. : ରାୟଗଡା ଜିଲ୍ଲା ବନଖଣ୍ଡ ଅଧିକାରୀ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ଯେଉଁସବୁ ସଚେତନତା କାର୍ଯକ୍ରମ କରାଯାଇଛି ସେ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା ବନଖଣ୍ଡ ଅଧିକାରୀ ସଚିନ୍ ଆନ୍ନା ସାହେବ୍ ଓହଲ୍ ସୂଚନା ଦେଇଛନ୍ତି। ସେ ଗୁଡ଼ିକ ମଧ୍ୟରେ ଶିକାର ପାଇଁ ଜଙ୍ଗଲରେ ନିଆଁ ନ ଲଗାଇବା, ଜଙ୍ଗଲ ମଧ୍ୟରେ ପୋଡୁଚାଷ ନ କରିବା, ନିଆଁ ଲାଗି ଥିବାର ଦେଖିଲେ ଗାଁ ଲୋକ ମିଶି ଲିଭାଇବା ପ୍ରୟାସ କରିବା ସହିତ ବନ ବିଭାଗ କୁ ସୂଚନା ଦେବା, ବନ୍ୟଜନ୍ତୁ ଶିକାର ପାଇଁ ନିଆଁ ଲଗାଇବାକୁ ବାରଣ କରିବା ସହିତ ବନ୍ୟଜନ୍ତୁ ଶିକାର ଏବଂ ଜଙ୍ଗଲରେ ନିଆଁ ଲଗାଇବା ଦଣ୍ଡନୀୟ ଅପରାଧ ବୋଲି ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ନିଆଁ ଲଗାଇବା ବ୍ୟକ୍ତିଙ୍କୁ ସାତ ବର୍ଷ ଜେଲ ଦଣ୍ଡ ସହିତ ଦଶ ହଜାର ଟଙ୍କା ଜୋରିମାନା ଦେବାକୁ ପଡେ ବୋଲି ଜନ ସଚେତନତା ସୃଷ୍ଟି କରାଯାଉଛି ।ଏତଦ୍ ବ୍ୟତୀତ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ସଚେତନତା କରାଯାଉଛି । ଗ୍ରାମାଞ୍ଚଳ ଭଲିବଲ୍ ପ୍ରତିଯୋଗିତା ଗୁଡ଼ିକ କରି ବନ୍ଧୁତ୍ୱର ବାର୍ତ୍ତା ବହନ କରିବାକୁ ଚେଷ୍ଟା କରନ୍ତି ବନ ବିଭାଗ। ସେହିଭଳି ସେଟ୍ ଲାଇଟ, ପୋଷ୍ଟର ମାଧ୍ଯମରେ, ଗ୍ରାମପଞ୍ଚାୟତ ସ୍ତରରେ ସଚେତନତା, ପ୍ରଚାର୍ ଗାଡ଼ି ଦ୍ଵାରା ଜଙ୍ଗଲ ସୁରକ୍ଷା ବାର୍ତ୍ତା, ୱାଚ ଟାୱାର ଦ୍ଵାରା ମଞ୍ଚା କରି ମାଧ୍ୟମରେ ଜଙ୍ଗଲକୁ ସୁରକ୍ଷା ଦିଆଯାଉଛି ବୋଲି କହିଛନ୍ତି ବନ ଖଣ୍ଡ ଅଧିକାରି । ରାୟଗଡା, ମୁନିଗୁଡ଼ା, ଗୁଣୁପୁର, କଲ୍ୟାଣ ସିଂପୂର୍, ଗୁଡ୍ଡାରି, ଟିକିରୀ, କାଶିପୁର ଭଳି ଅଞ୍ଚଳ ଗୁଡ଼ିକରେ ସ୍କୁଆଡ୍ ଟିମ୍ ଗଠନ କରି ଜଙ୍ଗଲ ସୁରକ୍ଷା କରୁଥିବା କହିଛନ୍ତି ।ପୁଣି ଜରୁରୀ କାଳୀନ ସ୍ଥିତିରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ରାୟଗଡା ବନଖଣ୍ଡ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଯୋଗାଯୋଗ ବ୍ୟବସ୍ଥା କରଯାଇଛି ବୋଲି କହିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ଗୁଣୁପୁର ରେଞ୍ଜେର ଗଙ୍ଗାଧର ମିଶ୍ର ଗୁଣୁପୁର ଅଂଚଳ ରେ ହାତୀ କିପରି ଜନସାଧାରଣ ଙ୍କୁ ଭୟବିତ୍ତ କରିଥିଲା ତାହାକୁ ଗୁଣୁପୁର ବନାଞ୍ଚଳ କିପରି ଭାବେ ଯେଉଁ କାର୍ଯ୍ୟକ୍ରମ କରିଥିଲେ ତାହା ବର୍ଣ୍ଣନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏସିଏଫ ଅଶୋକ କୁମାର ପ୍ରଧାନ, ଏସିଏଫ ସତିଶ କୁମାର ଧାରୁଆ, ଏସିଏଫ ସନ୍ଦୀପ କୁମାର ପୃଷ୍ଟି, ଉପସ୍ଥିତ ଥିବା ବେଳେ, ରାୟଗଡା ରେଞ୍ଜର କାମେଶ୍ୱର୍ ଆଚାରି, ଗୁଣୁପୁର ରେଞ୍ଜର ଗଙ୍ଗାଧର ମିଶ୍ର, ଗୁଡ଼ାରୀ ରେଞ୍ଜର ସୁକୁମାର ଦୁଖୁ, ମୁନିଗୁଡ଼ା ରେଞ୍ଜର ପ୍ରବୀଣ କୁମାର ଦାସ, କାଶିପୁର ରେଞ୍ଜର ସଚିଦା ନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ